fbpx

ଝାରସୁଗୁଡ଼ା ଉପନିର୍ବାଚନ: ୧୫ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନର ଭୋଟ ଗଣତି ଆଜି ସକାଳୁ ଆରମ୍ଭ ହୋଇଛି । ୧୩ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ ରହିଛି । ବିଜେଡ଼ିର ଦୀପାଳି ଦାସଙ୍କୁ ୮୯୩୨୧ ଭୋଟ ମିଳିଥିବା ବେଳେ ସେ ଏହି ରେସରେ ଆଗୁଆ ଅଛନ୍ତି । ଦ୍ୱିତୀୟ ସ୍ଥାନରେ ବିଜେପି ଥିବା ବେଳେ ବହୁ ପଛରେ ରହିଛି କଂଗ୍ରେସ । ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ବର୍ତ୍ତମାନ ସୁଦ୍ଧା ୪୧୯୬ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ।ଙ୍କୁ ମାତ୍ର ୩୯୭୩ ଭୋଟ୍ ମିଳିଛି ।

ତେବେ ସକାଳ ୮ଟାରୁ ଆରମ୍ଭ ହେଲା ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲଟ୍‌ ଗଣନା କରାଯାଉଛି । ୧୪ ଟି ଟେବୁଲରେ ୧୮ଟି ରାଉଣ୍ଡରେ କରାଯିବ କାଉଣ୍ଟିଂ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଭୋଟ ଗଣତି କରାଯାଉଛି। ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ଫଳାଫଳ ସ୍ପଷ୍ଟ ହେବ । ଝାରସୁଗୁଡ଼ା ବଢ଼େଇମୁଣ୍ଡା ଇଂଜିନିୟରିଂ ସ୍କୁଲ ସ୍ଥିତ ଷ୍ଟ୍ରଙ୍ଗ୍‌ ରୁମ୍‌ରେ କଡ଼ା ସୁରକ୍ଷାରେ ଭୋଟ ଗଣତି ଚାଲିଛି।

Get real time updates directly on you device, subscribe now.