fbpx

ରବିବାର ସକାଳୁ ପ୍ରବଳ କମ୍ପନ; ସକାଳ ୮ଟାରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ୪.୩ ତୀବ୍ରତା

ନୂଆଦିଲ୍ଲୀ : ରବିବାର ସକାଳୁ ସକାଳୁ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ରିଚ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା । । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସକାଳ ୮ଟା ୧୪ମିନିଟରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନର କାବୁଲର ୧୫୧ କିଲୋମିଟର ଦକ୍ଷିଣ ପୂର୍ବରେ ଥିଲା ଏବଂ ଭୂକମ୍ପର ଗଭୀରତା ୬୦ କିଲୋମିଟର ଥିଲା। ଏଥିରେ ବିଶେଷ କ୍ଷୟକ୍ଷତି ହୋଇନଥିବା ଜରାପଡିଛି ।

କାହିଁକି ଭୂକମ୍ପ ହୁଏ
ପୃଥିବୀର ଭିତର ଅଂଶରେ ପ୍ଲେଟ ରହିଛି । ଏହାକୁ ‘ଟେକ୍ଟୋନିକ୍ ପ୍ଲେଟ୍’ କୁହାଯାଏ ।ପୃଥିବୀ ଭିତରେ ଏପରି ସାତୋଟି ପ୍ଲେଟ ଅଛି । ଏହି ପ୍ଲେଟଗୁଡିକ ପରସ୍ପର ସହିତ ଘର୍ଷଣ ବେଳେ ଗୋଟିଏ ପ୍ଲେଟ୍ ଅନ୍ୟ ଉପରେ ଚଢିକି ରହିଥାଏ, ଯେଉଁ କାରଣରୁ ଭୂକମ୍ପ ଅନୁଭୂତ ହୋଇଥାଏ । ୫ ତୀବ୍ରତାରୁ କମ୍ ଭୂକମ୍ପ ସାଧାରଣତଃ କମ୍ କ୍ଷତିକାରକ ।

Get real time updates directly on you device, subscribe now.