fbpx

ଶ୍ରେଣୀଗୃହରେ ଛାତ୍ରଙ୍କ ସହ ଅଶ୍ଳୀଳ କାଣ୍ଡ କଲେ ଶିକ୍ଷୟତ୍ରୀ; ଭିଡିଓ ଭାଇରାଲ ପରେ ହେଲା ଏମିତି…

ନୂଆଦିଲ୍ଲୀ: ଶ୍ରେଣୀଗୃହକୁ ଗୋଟିଏ ମନ୍ଦିର ବୋଲି କୁହାଯାଏ ଆଉ ଶିକ୍ଷୟତ୍ରୀଙ୍କୁ ଦେବୀ । କିନ୍ତୁ ଗୋଟିଏ ସ୍କୁଲରେ ଏହି କଥାର ଓଲଟା ଚିତ୍ର ଦେଖିବାକୁ ମିଳିଛି । କ୍ଲାସରୁମ ଭିତରେ ଜଣେ ଛାତ୍ରଙ୍କ ସହ ଅଶ୍ଳୀଳ କାଣ୍ଡ କରିଛନ୍ତି ସେହି ସ୍କୁଲର ଶିକ୍ଷୟତ୍ରୀ । ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓ ଭାଇରାଲ ହେବା ପରେ ଶିକ୍ଷୟତ୍ରୀଙ୍କ ଉପରେ ଏହା ମହଙ୍ଗା ପଡିଛି । ସ୍କୁଲ ପ୍ରଶାସନ ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁଯାୟୀ, କିବଲି ଫେରିରା ନାମକ ଜଣେ ଶିକ୍ଷୟତ୍ରୀ ସ୍କୁଲ ଛାତ୍ରଙ୍କ ସହିତ ନୃତ୍ୟ କରିବା ସହ ଅଶ୍ଳୀଳ କାମ କରୁଥିଲେ । କେବଳ ସେତିକି ନୁହେଁ, ଏହାର ସମସ୍ତ ଘଟଣା ମୋବାଇଲରେ ଭିଡିଓ କରିବା ପାଇଁ ମଧ୍ୟ ଅନ୍ୟ ପିଲାମାନଙ୍କୁ କହିଥିଲେ ଶିକ୍ଷୟତ୍ରୀ । ସୋସିଆଲ ମିଡିଆରେ ଏହି ଭିଡିଓ ଅପଲୋଡ କରି ଭାଇରାଲ ହେବା ଥିଲା ଶିକ୍ଷୟତ୍ରୀଙ୍କ ମୂଳ ଲକ୍ଷ୍ୟ । କିବଲି ସ୍କୁଲରେ ଇଂରାଜୀ ପାଠ ପଢାଇବା ସହ ଗଣିତରେ ବି ଆୱାର୍ଡ ପାଇଛନ୍ତି । ଏହାସହିତ ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ତେବେ ସ୍କୁଲରେ ପାଠ ପଢାଇବା ବେଳେ ଦିନେ କିବଲି ପିଲାମାନଙ୍କୁ ନୃତ୍ୟ ଶିଖାଉଥିଲେ । ଏହି ସମୟରେ ସେ ଅଶ୍ଳୀଳ କାମ କରିଥିଲେ । ତେବେ ଏହାର ଭିଡିଓ କରି ହ୍ୱାଟ୍ସଆପ ଗ୍ରୁପରେ ଅପଲୋଡ କରି ଦେଇଥିଲେ, ଯାହା ବର୍ତ୍ତମାନ କୁବ ଭାଇରାଲ ହେବାରେ ଲାଗିଛି ।

ତେବେ ଏ ଘଟଣା ନେଇ କିବଲି ଫେରିରାଙ୍କ ବିରୋଧରେ ପିଲାଙ୍କ ସହ ଅଶ୍ଳୀଳ କାମ କରୁଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଶ୍ରେଣୀଗୃହରେ ଅଶ୍ଳୀଳ କାଣ୍ଡ କରୁଛନ୍ତି ଶିକ୍ଷୟତ୍ରୀ । ତେବେ ଏହି ଘଟଣାକୁ ନେଇ ଲୋକମାନେ ଖୁବ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେଣୁ ସମସ୍ତ ଘଟଣାକୁ ଦୃଷ୍ଟିରେ ରଖି ସ୍କୁଲ ପ୍ରଶାସନ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । କିବଲି ଫେରିରାଙ୍କୁ ଚାକିରିରୁ ବହିଷ୍କାର କରିଛି ସ୍କୁଲ ପ୍ରଶାସନ ।

Get real time updates directly on you device, subscribe now.