fbpx

Video: ଲ୍ୟାଣ୍ଡଫଲ ପରେ ମିଆଁମାର ଏବଂ ବାଂଲାଦେଶ ଉପକୂଳରେ ତାଣ୍ଡବ କରୁଛି ଭୀଷଣ ବାତ୍ୟା ‘ମୋକା

ନୂଆଦିଲ୍ଲୀ: ବାତ୍ୟା ‘ମୋକା’ ମିଆଁମାର ଏବଂ ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିଛି। ‘ମୋକା କକ୍ସ ବଜାର ନିକଟ ବାଂଲାଦେଶ ଏବଂ ଉତ୍ତର ମିଆଁମାର୍ ଉପକୂଳରେ ‘ଲ୍ୟାଣ୍ଡ୍‌ଫଲ୍‌’ ସମୟରେ ଘଣ୍ଟାପ୍ରତି ୨୧୦ ବେଗରେ ପବନ ବହୁଥିବା ବେଳେ ପ୍ରବଳବର୍ଷ ହେଉଛି। ଅପରାହ୍ନ ୩ଟା ସମୟରେ ‘ମୋକା’ ଏହାର ଶୀଖର ବା ପିକ୍ ପଏଣ୍ଟରେ ରହିଥିଲା। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୨୧୦ ରୁ ୨୪୦ ମଧ୍ୟରେ ରହିଥିଲା।

ପୂର୍ବରୁ ବାଂଲାଦେଶ ପାଣିପାଗ ବିଶେଷଜ୍ଞମାନେ କକ୍ସ ବଜାର ସମୁଦ୍ରବନ୍ଦର, ଚଟ୍ଟଗ୍ରାମ ଏବଂ ପେରା ବନ୍ଦର ପ୍ରତି ସତର୍କ ସୂଚନା ଜାରି କରିଥିଲେ। ବର୍ତ୍ତମାନ ଏହି ଅଞ୍ଚଳରେ ‘ମୋକା’ ପ୍ରଭାବରେ ବାଂଲାଦେଶ ଓ ମିଆଁମାର୍ ଉପକୂଳରେ ଅତି ପ୍ରବଳ ବର୍ଷା ସହିତ ଘଣ୍ଟା ପ୍ରତି ୨୦୦ କିଲୋମିଟର୍ ବେଗରେ ବତାସ ପ୍ରବାହିତ ହେଉଛି। ବିଭିନ୍ନ ଅଂଚଳରେ ଆଜବେଷ୍ଟ ଘର ଛପର ଉଡିଯାଉଥିବା ବେଳେ ଏକ ସ୍ଥାନରେ ବର୍ଷା ପାଣିରେ ଏକ ଖୋଲା ଜୀପ ଭାସିଯାଉଥିବା ଦେଖିବାକୁ ମିଳିଛି। ସେହିପରି ମିଆଁମାରର ଏକ ସ୍ଥାନରେ ମୋବାଇଲ ଟାୱାର ତୀବ୍ରରେ ପବନ କାରଣରୁ ଭାଙ୍ଗି ପଡୁଥିବା ଦେଖିବାକୁ ମିଳିଛି।

ମିଳିତ ଜାତିସଂଘର ଏଜେନ୍ସି ବିଶ୍ୱ ପାଣିପାଗ ବିଭାଗ ଚେତାବନୀ ଦେଇଥିବା ସୂଚନା ଅନୁସାରେ ଏହି ସୁପର ସାଇକ୍ଲୋନନ୍ ଦୁଇ ଦେଶର ଉପକୂଳରେ ପ୍ରବଳ ବର୍ଷା, ବନ୍ୟା ପରିସ୍ଥିତି ଏବଂ ଭୂସ୍ଖଳନ ଘଟାଇବାର ସମ୍ଭାବନା ରହିଛି। ଉଭୟ ବାଂଲାଦେଶ ଏବଂ ମିଆଁମାର ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସମେତ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି । ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଶିବିରରେ ଆଶ୍ରୟ ଦିଆଯାଇଛି ।

Get real time updates directly on you device, subscribe now.