fbpx

ମାତ୍ର ୫୯ ରନରେ ଅଲଆଉଟ ହେଲା ରାଜସ୍ଥାନ ରୟାଲସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ର ବୃହତ ବିଜୟ

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବଡ଼ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର। ସାୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଆରସିବି ରାଜସ୍ଥାନକୁ ୧୭୨ ରନ୍‌ର ଟାର୍ଗେଟ ଦେଇଥିଲା, କିନ୍ତୁ ୧୦.୩ ଓଭରରେ ମାତ୍ର ୫୯ ରନ୍ ରେ ରାଜସ୍ଥାନ ଦଳ ଅଲଆଉଟ ହୋଇଯାଇଥିଲା। ଏହି ବିଜୟ ସହିତ ଆରସିବି ପଏଣ୍ଟ ଟେବୁଲରେ ସପ୍ତମରୁ ପଞ୍ଚମ ସ୍ଥାନକୁ ଉଠିଛି। ଅନ୍ୟପଟେ ଏହି ଲଜ୍ଜାଜନକ ପରାଜୟ ପରେ ରାଜସ୍ଥାନ ରୟଲସ ଚଳିତବର୍ଷ ପ୍ଲେ ଅଫ ଦୌଡରୁ ବାଦ ପଡିଛି।

୧୭୨ ରନ୍‌ର ଟାର୍ଗେଟକୁ ପିଛା କରି ରାଜସ୍ଥାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନର୍ ବ୍ୟାଟ୍ସମ୍ୟାନ୍ ଜସ୍ ବଟଲର ଏବଂ ଯଶସ୍ୱୀ ଜୈସ୍ବାଲ ଖୋଲି ପାରିନଥିଲେ। ସେହିପରି ସାମସନ୍ (୪), ଜୋ ରୁଟ୍ (୧୦), ଦେବଦତ୍ତ ପାଡିକଲ (୪) ଏବଂ ଧ୍ରୁଭ ଜୁରେଲ (୧) ବିଶେଷ କିଛି କରିପାରିନଥିଲେ। କେବଳ ଶିମ୍ରନ୍ ହେଟମିୟର ୧୯ ବଲରେ ୩୫ ରନର ଲଢୁଆ ଇନିଂସ ଖେଳିଥିଲେ। ରାଜସ୍ଥାନର ମୋଟ ୫ ଜଣ ବ୍ୟାଟ୍ସମ୍ୟାନ୍ ଖାତା ଖୋଲିପାରି ନଥିଲେ।

ୱେନ ପାର୍ନେଲ ଆରସିବି ପାଇଁ ସର୍ବାଧିକ ତିନୋଟି ୱିକେଟ୍ ନେଇଥିଲେ। ଅନ୍ୟପକ୍ଷରେ କର୍ନ ଶର୍ମା ଏବଂ ମାଇକେଲ ବ୍ରେସୱେଲ ଦୁଇଟି ଲେଖାଏଁ ସଫଳତା ପାଇଥିଲେ। ଏହା ବ୍ୟତୀତ ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର। ବାଙ୍ଗାଲୋର। ଟିମ୍‌ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୭୧ ରନ୍‌ ସଂଗ୍ରହ କରିଥିଲା। ବାଙ୍ଗାଲୋରର ପାଇଁ ଅଧିନାୟକ ଫାଫ୍‌ ଡୁ’ପ୍ଲେସିସ ସର୍ବାଧିକ ୫୫ ରନ୍‌ ସଂଗ୍ରହ କରିଥିଲେ। ସେ ୪୪ଟି ବଲ୍‌ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ଗ୍ଲେନ ମେକ୍ସୱେଲଙ୍କ ବ୍ୟାଟରୁ ୫୪ ରନ୍‌ ସ୍କୋର କରିଥିଲେ। ସେ ୩୩ଟି ବଲ୍‌ ଖେଳି ୫ଟି ଚୌକା ଓ ୩ଟି ଛକା ମାରିଥିଲେ। ସେହିପରି ଅନୁଜ ରାୱତ ୧୧ଟି ବଲ୍‌ ଖେଲି ୩ଟି ଚୌକା ଓ ୨ଟି ଛକା ମାଧ୍ୟମରେ ୨୯ ରନ୍‌ ସଂଗ୍ରହ କରିଥିଲେ। ବିରାଟ କୋହଲି ୧୯ଟି ବଲ୍‌ ଖେଳି ୧୮ ରନ୍‌ କରିଥିଲେ। ଏଥିରେ ଗୋଟିଏ ଚୌକା ସାମିଲ ଥିଲା।

Get real time updates directly on you device, subscribe now.