fbpx

ଖୁସି ଖବର! ମାଗଣାରେ Mobile Recharge କରିବେ ମୋଦୀ ସରକାର; ଭାରତୀୟଙ୍କୁ ମିଳିବ ଏହି ପ୍ଲାନର ଭାଲିଡିଟି

ନୂଆଦିଲ୍ଲୀ: ମୋବାଇଲ ଫୋନର ବ୍ୟବହାର ଏବେ ସାଧାରଣ ହୋଇ ଯାଇଛି । କିନ୍ତୁ ଅନ୍ୟ ପକ୍ଷରେ ଏହାର ରିଚାର୍ଜ ପ୍ଲାନ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି । ମାସିକ ରିଚାର୍ଜ ପାଇଁ ଏବେ ୨୦୦-୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ତେବେ ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ନାଗରିକଙ୍କ ପାଇଁ ମାଗଣା ମୋବାଇଲ ରିଚାର୍ଜ କରୁଛନ୍ତି । ପ୍ରତି ଭାରତୀୟଙ୍କ ମୋବାଇଲରେ ଏକ ମାସିକିଆ ରିଚାର୍ଜ କରୁଥିବା ସୂଚନା ମିଳିଛି । ତେବେ ପ୍ରକୃତରେ ଏମିତି ମେସେଜ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏହାର ସତ୍ୟତା ଉପରେ ରହିଛି ସନ୍ଦେହ ।

ସୋସିଆଲ ମିଡିଆରେ ଏମିତି ଅନେକ ମେସେଜ ଭାଇରାଲ ହେଉଛି । ଏଥିରେ କୁହାଯାଇଛି ଯେ, ମୋଦୀ ସରକାର ଭାରତୀୟଙ୍କ ମୋବାଇଲରେ ମାଗଣା ରିଚାର୍ଜ କରୁଛନ୍ତି । ମେସେଜରେ ଖୋଯାଇଛି ଯେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଭାରତୀୟ ୟୁଜର୍ସଙ୍କୁ ୨୮ ଦିନର ୨୩୯ ଟଙ୍କିଆ ରିଚାର୍ଜ ଦେଉଛନ୍ତି । ଏଥିରେ ଆହୁରି ମଧ୍ୟ କୁହାଯାଉଛି ଯେ, ଆଗାମୀ ୨୦୨୪ ନିର୍ବାଚନରେ ଅଧିକରୁ ଅଧିକ ଭୋଟ ହାତେଇ ପୁଣିଥରେ ବିଜେପି ସରକାର ଗଢିବା ପାଇଁ ମୋଦୀ ଏମିତି ରିଚାର୍ଜ କରୁଛନ୍ତି । ଏହି ମେସେଜ ସହିତ ଏକ ଲିଙ୍କ ମଧ୍ୟ ଦିଆଯାଇଛି । ଯାହାଦ୍ୱାରା ୟୁଜର ମାଗଣା ରିଚାର୍ଜର ଫାଇଦା ଉଠାଇପାରିବେ ।

ତେବେ ଏହି ମେସେଜ କେତେ ସତ ତାହା ଜାଣିବା ପାଇଁ ଏହାର ଫ୍ୟାକ୍ଟ ଚେକ୍ କରାଯାଇଛି । ଏହାପରେ ମେସେଜଟି ନକଲି ବୋଲି କହିଛି ପିଆଇବି ଫ୍ୟାକ୍ଟ ଚେକ୍ । ଭାରତ ସରକାର ଦ୍ୱାରା ଏପରି କୌଣସି ମାଗଣା ରିଚାର୍ଜର ଯୋଜନା ଚାଲୁ କରା ଯାଉନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଏହାଦ୍ୱାରା ୟୁଜରମାନେ ସାଇବର ଠକାମୀର ଶିକାର ହୋଇପାରନ୍ତି । ଏଭଳି ଅଜଣା ୱେବସାଇଟରେ ଦିଆଯାଇଥିବା କୌଣସି ଲିଙ୍କରେ କ୍ଲିକ ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ସ୍କାମ ହୋଇପାରେ ବୋଲି ସତର୍କ କରାଇ ଦେଇଛି ପିଆଇବି ।

Get real time updates directly on you device, subscribe now.