fbpx

ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ଼: ଡାଲି, ଚାଉଳ, ଗହମ ଓ କ୍ଷୀର ମୂଲ୍ୟରେ ବୃଦ୍ଧି

ନୂଆଦିଲ୍ଲୀ: ଏପ୍ରିଲରେ ହୋଲସେଲ ଏବଂ ଖାଦ୍ୟର ମହଙ୍ଗା ମାଡରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ କିଛି ସାମଗ୍ରୀର ଦାମରେ ଲଗାମ୍ ଲାଗୁନାହିଁ । ଏଥିରେ ଡାଲି, ଚାଉଳ, ଗହମ ଏବଂ କ୍ଷୀର ସାମିଲ ହୋଇ ରହିଛି ।

ଏଗୁଡିକର ମୂଲ୍ୟ ବର୍ଷରେ ଆରବିଆଇର ସ୍ଥିର ମହଙ୍ଗା ଦରର ପାଞ୍ଚ ପ୍ରତିଶତ ସୀମାଠାରୁ ଅଧିକ ରହିଆସିଛି । ମୁଦ୍ରାସ୍ଫୀତିକୁ ୨ରୁ କମାଇ-ବଢ଼ାଇା ସହ ୪ରୁ ୫ ପ୍ରତିଷତ ମଧ୍ୟରେ ରଖିବାକୁ ଆରବିଆଇକୁ ଦାୟିତ୍ୱ ଦେଇଛନ୍ତି ସରକାର ।

ଧାନ ଏବଂ ଡାଲିର ମହଙ୍ଗା ହାରରେ ବୃଦ୍ଧି :-

ଡାଲି ଏବଂ ଧାନରେ ସର୍ବାଧିକ ମୁଦ୍ରାସ୍ଫୀତି ହାର ଦେଖିବାକୁ ମିଳିଛି । ଡାଲିର ମୁଦ୍ରାସ୍ଫୀତି ହାର ଏପ୍ରିଲ୍ ୨୦୨୨ ରେ -୦.୩୪ ପ୍ରତିଶତ ଥିଲା, ଯାହା ଏପ୍ରିଲ୍ ୨୦୨୩ ରେ ୫.୫୫ ପ୍ରତିଶତରେ ପହଞ୍ଚିଥିଲା । ମାର୍ଚ୍ଚ ୨୦୨୩ ରେ ଏହି ସଂଖ୍ୟା ୩.୦୩ ପ୍ରତିଶତ ଥିଲା । ସେହିଭଳି ଏପ୍ରିଲ୍ ୨୦୨୨ ରେ ଧାନର ମୁଦ୍ରାସ୍ଫୀତି ହାର ୧.୪୮ ପ୍ରତିଶତ ଥିଲା । ମାର୍ଚ୍ଚରେ ଏହି ହାର ୭.୭୫ ପ୍ରତିଶତ ଥିଲା ।

ପକେଟରେ କ୍ଷୀର ମୂଲ୍ୟ ଭାରୀ :-
କ୍ଷୀରର ହୋଲସେଲ ମୁଦ୍ରାସ୍ଫୀତି ହାର ଗତ ବର୍ଷ ଏପ୍ରିଲରେ ୫.୫୬ ପ୍ରତିଶତ ଥିଲା ଯାହା ଚଳିତ ବର୍ଷ ଏପ୍ରିଲରେ ୭.୧ ପ୍ରତିଶତରେ ପହଞ୍ଚିଛି । ମାର୍ଚ୍ଚ ୨୦୨୩ ରେ ଏହି ସଂଖ୍ୟା ୮.୪୮ ପ୍ରତିଶତ ଥିଲା । ସେହିଭଳି ଗହମର ମୁଦ୍ରାସ୍ଫୀତି ହାରରେ ଏକ ହ୍ରାସ ଦେଖାଦେଇଛି, କିନ୍ତୁ ଏହା ଏପର୍ଯ୍ୟନ୍ତ ଆରବିଆଇର ନିର୍ଦ୍ଧିଷ୍ଟ ପରିସର ବାହାରେ ରହିଛି । ୨୦୨୨ ଏପ୍ରିଲରେ ଗହମର ମୁଦ୍ରାସ୍ଫୀତି ହାର ୧୧.୦୨ ପ୍ରତିଶତ ଥିଲା ଯାହା ଏପ୍ରିଲ୍ ୨୦୨୩ ରେ ୭.୨୭ ପ୍ରତିଶତକୁ ଖସି ଆସିଥିଲା । ମାର୍ଚ୍ଚ ୨୦୨୩ ରେ ଏହି ସଂଖ୍ୟା ୯.୧୬ ପ୍ରତିଶତ ଥିଲା ।

ପାଣିପାଗର ପ୍ରଭାବ :-
ବିଶେଷଜ୍ଞମାନେ କହିଛନ୍ତି ଯେ ପରିବର୍ତ୍ତିତ ପାଣିପାଗ ଚକ୍ର ଏବଂ ଏଲନିନୋର ପ୍ରଭାବ ମଧ୍ୟ ଫସଲ ଉପରେ ଦେଖାଯାଉଛି । ଏହା ବିଶେଷ ଭାବରେ ଗହମ, ଧାନ ଏବଂ ଡାଲି ଉତ୍ପାଦନକୁ ପ୍ରଭାବିତ କରିଛି । ଏହି ବ୍ୟବସାୟୀମାନେ ସେଗୁଡ଼ିକୁ ସଂରକ୍ଷଣ କରୁଛନ୍ତି, ଯେଉଁ କାରଣରୁ ମୂଲ୍ୟ ପ୍ରଭାବିତ ହୋଇଛି ।

Get real time updates directly on you device, subscribe now.