fbpx

କିଏ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ? ଆଜି ଘୋଷଣା ହୋଇପାରେ ନାଁ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟ ଲାଭ କରିଛି କଂଗ୍ରେସ । ଏହାରି ମଧ୍ୟରେ ରାଜ୍ୟର କିଏ ନୂଆ ମୁଖ୍ୟମନ୍ତ୍ରୀ ହେବେ, ସେନେଇ ସସପେନ୍ସ ବଢ଼ିବାରେ ଲାଗିଛି । ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି । ଦିନ ୧୧ଟାରେ ବୈଠକ କରିବେ ଦଳର ସଭାପତି । ସିଦ୍ଧରମୈୟା ଓ ଶିବକୁମାରଙ୍କ ବୈଠକ କରିବେ କଂଗ୍ରେସ ଅଧ୍ୟକ୍ଷ । ୨ ନେତାଙ୍କ ସହ ବୈଠକ କରିବେ ମଲ୍ଲିକାର୍ଜ୍ଜୁନ ଖଡଗେ । ବୈଠକ ପରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ ।

ଏଏନଆଇ ସୂତ୍ର ଅନୁସାରେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏପର୍ଯ୍ୟନ୍ତ କୌଣସି ଅନ୍ତିମ ନିର୍ଣ୍ଣୟ ନିଆଯାଇ ନାହିଁ । କଂଗ୍ରେସ ଅଧ୍ୟକ୍ଷ ସମସ୍ତ ଆଶାୟୀଙ୍କୁ ସାକ୍ଷାତ କରିବେ । ଏବେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ପରାମର୍ଶରେ ଶେଷ ନିଷ୍ପତ୍ତି ନିଆଯିବ ।

ତେବେ ଡିକେ ଶିବକୁମାର ନା ସିଦ୍ଦରମୈୟା କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ କଂଗ୍ରେସ ପାଇଁ ପୁଣି ଏକ ଦ୍ୱନ୍ଦାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ସିଦ୍ଦରମୈୟା, ଶିବକୁମାରଙ୍କ ତୁଳନାରେ ବରିଷ୍ଠ ଓ ଦକ୍ଷ ନେତା । ସେପଟେ ଡିକେ ଶିବକୁମାରଙ୍କ ସ୍ୱତନ୍ତ୍ର ରଣନୀତି ପାଇଁ ଏଥର କର୍ଣ୍ଣାଟକରେ କଂଗ୍ରେସକୁ ବିପୁଳ ବିଜୟ ମିଳିଛି । ତେଣୁ କର୍ଣ୍ଣାଟକର କିଏ ହେବ ମୁଖ୍ୟମନ୍ତ୍ରୀ ତାହା କଂଗ୍ରେସ ପାଇଁ ବଡ ଚ୍ୟାଲେଞ୍ଚ ହୋଇପାରେ ।

Get real time updates directly on you device, subscribe now.