fbpx

ବଡ଼ ଖବର: ଆଉ ବିକ୍ରି କରିପାରିବେନି ନିଜର ପୁରୁଣା ସୁନା ଅଳଙ୍କାର, ସରକାର ଜାରି କଲେ ସୁନା ହଲମାର୍କିଂର ନୂଆ ନିୟମ

ନୂଆଦିଲ୍ଲୀ: ଦେଶରେ ଏବେ ମହିଳାମାନେ ସେମାନଙ୍କର ପୁରୁଣା ସୁନା ଅଳଙ୍କାର ବିକ୍ରି କରିପାରିବେ ନାହିଁ । ସରକାର ସୁନା ହଲମାର୍କିଂ, ସୁନା କିଣିବା ଏବଂ ବିକିବା ପାଇଁ ନୂତନ ନିୟମ ଜାରି କରିଛନ୍ତି । ନୂଆ ନିୟମ ଅନୁଯାୟୀ ୧ ଏପ୍ରିଲ ୨୦୨୩ରୁ ସମସ୍ତ ସୁନା ଗହଣା ଏବଂ କଳାକୃତି ଉପରେ ହଲମାର୍କ ୟୁନିକ ଆଇଡିଣ୍ଟିଫିକେସନ୍‌(ଏଚ୍‌ୟୁଆଇଡି) ନମ୍ବର ରହିବା ଜାରୁରୀ। ଏଚ୍‌ୟୁଆଇଡି ନମ୍ବର ପତ୍ୟେକ ସୁନା ଅଳଙ୍କାରକୁ ଏକ ଅଲଗା ପରିଚୟ ଦେଇଥାଏ । ଏହା ସହିତ ଏହା ସୁନାର ସୁଦ୍ଧତାର ସୂଚନା ମଧ୍ୟ ଦେଇଥାଏ ।

ସୁନା ଅଳଙ୍କାର ଉପରେ ଭାରତୀୟ ମାନକ ବ୍ୟିରୋ(ବିଆଇଏସ୍‌) ଲୋଗୋ ଏବଂ ସୁଦ୍ଧତାର ଏକ ସଙ୍କେତ । ୧୮ ଏଂବ ୨୨ କ୍ୟାରେଟ୍ ସୁନାରେ ମଧ୍ୟ ଏହି ନିୟମ ଲାଗୁ ହେବ । ଭାରତ ଭଳି ଦେଶରେ ପାରମ୍ପାରିକ ଭାବେ ସୁନାରେ ନିବେଶକୁ ସୁରକ୍ଷିତ ବୋଲି କୁହାଯାଏ । ତେଣୂ ସୁନା କିଣୀ ବିକାକୁ ଅଧିକ ପାରିଦର୍ଶିତା କରିବା ଏବଂ ଏଥିରେ ନିବେଶକୁ ଅଧିକ ସ୍ୱଚ୍ଛ କରିବା ପାଇଁ ସରକାର ଏହି ନିୟମ ପ୍ରବର୍ତ୍ତନ କରିଛନ୍ତି ।

ନୂତନ ସୁନା ଅଳଙ୍କାର କିଣିବା ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ସ୍ୱଚ୍ଛ ଏବଂ ସୁରକ୍ଷିତ ଅଟେ । ଯଦିଓ, ଆପଣଙ୍କର ପୁରୁଣା, ବିନା ହଲମାର୍କ ସୁନା ଅଳଙ୍କାର ଅଛି, ତେବେ ଆପଣ ଏହାକୁ ବିକ୍ରୟ କିମ୍ବା ନୂତନ ଡିଜାଇନ୍ ପାଇଁ ବଦଳାଇ ପାରିବେ ନାହିଁ ଯଦି ଆପଣ ଏହାକୁ ପ୍ରଥମେ ହଲମାର୍କ ନକରିଥିବେ ।

ବିଆଇଏସ୍ ଅନୁଯାୟୀ, ଯେଉଁ ଗ୍ରାହକଙ୍କ ପାଖରେ ବିନା ହଲମାର୍କିଂର ସୁନା ଅଳଙ୍କାର ରହିଛି, ସେମାନେ ଏହାକୁ ବିକ୍ରୟ କରିବା କିମ୍ବା ନୂତନ ଡିଜାଇନ୍ ପାଇଁ ବଦଳାଇବା ପୂର୍ବରୁ ବାଧ୍ୟତାମୂଳକ ଭାବରେ ଏହାକୁ ହଲମାର୍କ କରିବାକୁ ପଡିବ। ଏଥିପାଇଁ, ଗ୍ରାହକଙ୍କ ପାଖରେ ଦୁଇଟି ବିକଳ୍ପ ଅଛି।

୧. ଗ୍ରାହକମାନେ ସେମାନଙ୍କର ଅଳଙ୍କାରକୁ ଈଓଝ- ପଞ୍ଜୀକୃତ ଅଳଙ୍କାର ଦୋକାନ ମାଧ୍ୟମରେ ପୁରୁଣା, ଅଣ-ଚିହ୍ନିତ ଅଳଙ୍କାର ହଲମାର୍କ ପାଇପାରିବେ। ଏହାପରେ ଅଳଙ୍କାର ଦୋକାନୀ ଏହାକୁ ପ୍ରକ୍ରିୟା ପାଇଁ ବିଆଇଏସ୍ ଆସେସ୍ ଆଣ୍ଡ ହଲମାର୍କିଂ କେନ୍ଦ୍ରକୁ ନେଇଯିବ ଏବଂ ଏହାର ଆର୍ଟିକିଲ୍ ପାଇଁ ୪୫ ଟଙ୍କା ଦେବାକୁ ପଡ଼ିବ।

୨. ଅନ୍ୟ ଏକ ବିକଳ୍ପରେ, ଗ୍ରାହକ ଯେକୌଣସି ବିଆଇଏସ୍-ସ୍ୱୀକୃତିପ୍ରାପ୍ତ ଆସେସ୍ ଏବଂ ହଲମାର୍କିଂ କେନ୍ଦ୍ର ଯାଇପାରିବେ ଏବଂ ନିର୍ଦ୍ଦିଷ୍ଟ ନାମକରଣ ଦେୟ ଦେଇ ସେମାନଙ୍କର ଅଳଙ୍କାର ପରୀକ୍ଷା କରିପାରିବେ। ଏଥିପାଇଁ ଗ୍ରାହକଙ୍କୁ ପ୍ରତ୍ୟେକ ଆର୍ଟିକିଲ୍ ପାଇଁ ସର୍ବନିମ୍ନ ୪୫ ଟଙ୍କା ଦେବାକୁ ପଡ଼ିବ।

ବିଆଇଏସ୍ ପୁରୁଣା ଏବଂ ହଲମାର୍କିଂ ହୋଇନଥିବା ସୁନା ଅଳଙ୍କାର ପରୀକ୍ଷା ପାଇଁ ବିଏସ୍ ପୃଥକ ନିର୍ଦ୍ଦେଶାବଳୀ ଜାରି କରିଛି। ବିଆଇଏସ୍ ମାନ୍ୟତା ପ୍ରାପ୍ତ ଆସେସ୍ ଏବଂ ହଲମାର୍କିଂ କେନ୍ଦ୍ର ଦ୍ୱାରା ଦିଆଯାଇଥିବା ପରୀକ୍ଷା ରିପୋର୍ଟ ହେଉଛି ଅଳଙ୍କାରର ଶୁଦ୍ଧତା ବିଷୟରେ ଏକ ପ୍ରମାଣପତ୍ର। ଗ୍ରାହକ ଏହି ରିପୋର୍ଟକୁ ଯେକୌଣସି ସୁନା ଦୋକାନରେ ଦେଖାଇ ସେମାନଙ୍କ ପୁରୁଣା ଏବଂ ହଲମାର୍କିଂ ହୋଇନଥିବା ସୁନା ଅଳଙ୍କାର ବିକ୍ରୟ କରିପାରିବେ।

Get real time updates directly on you device, subscribe now.