fbpx

ଆଖି ପିଛୁଳାକେ ଫୁଟପାଥ ଉପରକୁ ମାଡ଼ି ଆସିଲା ଏକ କାର: ଚାଲିଗଲା ୩ ଜଣଙ୍କ ଜୀବନ, ୪ ଜଣ ଆହତ

ନୂଆଦିଲ୍ଲୀ: ମଣିଷ କାହାକୁ ଭୟ କରୁ ବା ନକରୁ ଜଣକୁ କିନ୍ତୁ ସେ ସବୁ ସମୟରେ ମନେମନେ ଡରୁଥାଏ । ସେ ହେଉଛି ମୃତ୍ୟୁ । ମୃତ୍ୟୁକୁ କେହି କେବେ ଦେଖିନାହାନ୍ତି । ମାତ୍ର ତା’ର ଭୟଙ୍କର ପରିଣତିକୁ ସମସ୍ତେ ଅଳ୍ପ ବହୁତେ ଅନୁଭବ କରିଥିବେ ନିଶ୍ଚୟ । ମୃତ୍ୟୁ କାହାକୁ ସୂଚନା ଦେଇ ଆସେ ନାହିଁ । ଯାହାର କାଳ ପୂରିବ ତାକୁ ମୃତ୍ୟୁ ସଙ୍ଗେସଙ୍ଗେ ନେଇଯିବ ।

ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାସ୍ତାରେ ଯେପରି ଅନେକ ଗାଡ଼ି ମଟର ଯିବା ଆସିବା କରନ୍ତି, ସେହିପରି ରାସ୍ତାକୁ ଲାଗି କରି ରହିଥିବା ଫୁଟପାଥରେ କିଛି ଯାତ୍ରୀ ଯାତାୟାତ କରୁଥିଲେ । ସେମାନେ ବୋଧହୁଏ କେବେ ବି ଭାବିନଥିବେ ଏହା ସେମାନଙ୍କର ଅନ୍ତିମ ଯାତ୍ରା ଥିଲା । ଅଚାନକ ଗୋଟିଏ କାର ଫୁଟପାଥ ଉପରକୁ ଚଢ଼ି ଯାଇଥିଲା । ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିବା ସହିତ ୪ ଜଣ ଆହତ ହୋଇଛନ୍ତି ।

ପଞ୍ଜାବର ଚଣ୍ଡିଗଡ଼ ସହରରେ ଘଟିଯାଇଛି ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାରଟି ଗୋଟିଏ ବାଇକକୁ ଧକ୍କା ଦେଇ ଫୁଟପାଥରେ ଯାଉଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା । ତିନିଜଣ ମୃତକଙ୍କ ମଧ୍ୟରୁ ଦୁଇଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ଅନ୍ୟପକ୍ଷରେ ୪ ଜଣ ଆହତଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦ୍ରୁତବେଗରେ ଗାଡ଼ି ଚାଳନା କାରଣରୁ ଏହି ଦୁର୍ଘଟଣା ଘଟିଥିବା ପୋଲିସ ସୂତ୍ରରୁ କୁହାଯାଉଛି । ତେବେ ଏହି ଘଟଣାର ତଦନ୍ତ ଜାରି ରହିଥିବା ଜଣପାଡ଼ିଛି ।

Get real time updates directly on you device, subscribe now.