fbpx

୨୦୦୦ ଟଙ୍କିଆ ନୋଟ ଏକ୍ସଚେଞ୍ଜ ପାଇଁ ବ୍ୟାଙ୍କରେ ଫର୍ମ ଭରିବାକୁ ପଡ଼ିବ! Aadhaar ନମ୍ବର ଦେବା ସହ ସାଇନ୍ ମଧ୍ୟ କରିବାକୁ ପଡ଼ିବ

ନୂଆଦିଲ୍ଲୀ: ଭାରତୀୟ ବଜାରରେ ୨୦୦୦ ଟଙ୍କିଆ ନୋଟର ନେଣଦେଣ ବନ୍ଦ କରିବା ନେଇ ଗତ ୧୯ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିଷ୍ପତ୍ତି ନେଇଥିଲା । ତେଣୁ ଜନସାଧାରଣ ମେ ମାସ ୨୩ରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ସେମାନଙ୍କର ୨୦୦୦ ଟଙ୍କିଆ ନୋଟକୁ ବ୍ୟାଙ୍କରେ ବଦଳାଇ ପାରିବେ ବୋଲି କୁହାଯାଇଥିଲା । ତେବେ ଲୋକମାନେ ସହଜରେ ସେମାନଙ୍କର ନୋଟକୁ ବ୍ୟାଙ୍କରେ ବଦଳାଇ ପାରିବେ ବୋଲି ଆରବିଆଇ ପକ୍ଷରୁ କୁହାଯାଇଥିଲା ।

ଆରବିଆଇର ଗାଇଡଲାଇନ୍ସ ମୁତାବକ, ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଏକ ଅଲଗା ସ୍ପେଶାଲ ୱିଣ୍ଡୋ ରହିବ । ଏଥିସହିତ ବିଜିନେସ କରେସପଣ୍ଡେଣ୍ଟ ସେଣ୍ଟରମାନଙ୍କରେ ମଧ୍ୟ ନୋଟ୍ ବଦଳାଇ ହେବ ବୋଲି କୁହାଯାଇଥିଲା । ତେବେ ଏହା ମଧ୍ୟରେ ନୋଟ ଏକ୍ସଚେଞ୍ଜ ନେଇ ସୋସିଆଲ ମିଡ଼ିଆରେ ଏକ ବଡ଼ ଚର୍ଚ୍ଚା ହେଉଛି । ୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ ହେଲେ ଫର୍ମ ଭରିବାକୁ ପଡ଼ିବ । ଏ ବାବଦରେ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ବ୍ୟାଙ୍କ ମୁତାବକ, ୨୦୦୦ ଟଙ୍କିଆ ନୋଟକୁ ବ୍ୟାଙ୍କ ବ୍ରାଞ୍ଚରେ ଏକ୍ସଚେଞ୍ଜ କରିବା ପାଇଁ ଏକ ଫର୍ମ ଭରିବାକୁ ପଡ଼ିବ । ଫର୍ମ ଭରିବା ନେଇ ପ୍ରସ୍ତୁତ ରହିବାକୁ ବ୍ୟାଙ୍କମାନଙ୍କୁ କୁହାଯାଇଛି । ଯଦି କେହି ନିଜ ଖାତାରେ ଅର୍ଥ ଜମା କରିବେ, ତେବେ ତାଙ୍କୁ ଫର୍ମ ଭରିବାକୁ ପଡ଼ିବ ନାହିଁ । ଫର୍ମରେ ଆପରଙ୍କୁ ଟେଣ୍ଡର ନାମ, ଆଧାର ନମ୍ବର କିମ୍ବା ଡ୍ରାଇଭିଂ ଲାଇସେନ୍ସ, ଭୋଟର ଆଇଡି କାର୍ଡ, ପାସପୋର୍ଟ, ଏନଆରଇଜିଏ କାର୍ଡ ନମ୍ବର ଲେଖିପାରିବେ । ଏଥିସହିତ ଆପଣଙ୍କ ପାଖରେ କେତୋଟି ନୋଟ ରହିଛି ତାହା ଲେଖିବାକୁ ପଡ଼ିବ । ନୋଟ ବଦଳାଇବା ସମୟରେ ଫାର୍ମରେ ସାଇନ୍ କରିବା ସହିତ ଜମା କରିବାର ସ୍ଥାନ ଓ ତାରିଖ ଠିକରେ ଲେଖିବାକୁ ପଡ଼ିବ ।

Get real time updates directly on you device, subscribe now.