ମୟୁରଭଞ୍ଜରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ପାଳନ: ଜାତୀୟ ରାଜପଥ ଅବରୋଧ

ମୟୁରଭଞ୍ଜ: ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ବିଦ୍ୟୁତ ବିଭ୍ରାଟ ମାଲାକୁ ପୁଣିଥରେ ଉଠାଇଛି ଭାରତୀୟ ଜନତା ପାର୍ଟି । ଏହି ଘଟଣାକୁ ପ୍ରତିବାଦ କରି ଆଜି ମୟୁରଭଞ୍ଜରେ ୧୨ ଘଣ୍ଟା ପାଇଁ ବିଜେପି ବନ୍ଦ ଡାକରା ଦେଇଛି । ରାଷ୍ଟ୍ରପତିଙ୍କ ବାରିପଦା ଗସ୍ତ ସମୟରେ ହୋଇଥିବା ବିଦ୍ୟୁତ ବିଭ୍ରାଟକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବରେ ରାଇରଙ୍ଗପୁର, କରଞ୍ଜିଆ, ଉଦଳାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ତେବେ ଏଥିପାଇଁ ୧୮ ଏବଂ ୪୯ ନମ୍ବର ଜାତୀୟ ରାଜପଥ ମଧ୍ୟ ଅବରୋଧ କରିଛନ୍ତି ବିଜେପିର କର୍ମକର୍ତ୍ତା । ଫଳରେ ଏହି ସ୍ଥାନ ଗୁଡିକରେ ୧୨ ଘଣ୍ଟା ପାଇଁ ଚକ, ଅଖ ବନ୍ଦ କରାଯାଇଛି ।