ଇମ୍ଫାଲ : ସୋମବାର ମଣିପୁରର ରାଜଧାନୀ ଇମ୍ଫାଲରେ ପୁଣି ହିଂସା ତେଜିଛି । ସହରରେ ବିଭିନ୍ନ୍ନ ସ୍ଥାନରେ ପୂର୍ବ ଭଳି ପୋଡା ଜଳା ପରିସ୍ଥିତି ସୃଷ୍ଟି ହୋଇଛି । ଅଗ୍ନିକାଣ୍ଡ ଯୋଗୁଁ ରାଜଧାନୀ ଇମ୍ଫାଲରେ କର୍ଫ୍ୟୁ ଲାଗୁ କରାଯିବା ସହ ସଶସ୍ତ୍ର ବାହୀନ ମୁତୟନ କରାଯାଇଛି । ଆଜିର ଏହି ତାଜା ହିଂସା ପରେ ସେନା ଏବଂ ସାମରିକ ବାହିନୀ ମଣିପୁରକୁ ପଠାଯାଇଛି। ରାଜ୍ୟ ରାଜଧାନୀ ଇମ୍ଫାଲର ନ୍ୟୁ ଚେକନ୍ ଅଞ୍ଚଳରେ ସ୍ଥାନୀୟ ବଜାରରେ ମେଟେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଛି । ଏହି ଅଞ୍ଚଳରୁ ଅଗ୍ନିକାଣ୍ଡ ଖବର ଆସିବା ପରେ କର୍ଫ୍ୟୁ ଘୋଷଣା କରାଯାଇଥିଲା। ଖବର ଅନୁଯାୟୀ କିଛି ଖାଲି ଘରେ ମଧ୍ୟ ଜଳିଛି । ଅପରାହ୍ନ ୪ ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲା।
ମଣିପୁରରେ ପ୍ରାୟ ତିନି ସପ୍ତାହ ପୂର୍ବରୁ ମେଟେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା। ଗୁଜବ ଏବଂ ଭୁଲ ତଥ୍ୟର ପ୍ରସାରକୁ ରୋକିବା ପାଇଁ ଇଣ୍ଟରନେଟ୍ ସେବାଗୁଡିକ ସ୍ଥଗିତ ରଖାଯାଇଥିଲା। ହିଂସା ଆରମ୍ଭ ହେବା ପରଠାରୁ ମେଟାଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷରେ ୭୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥି ସହିତ ସ୍ୱତନ୍ତ୍ର ସୁରକ୍ଷା ମଧ୍ୟରେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକଗୁଡିକର ଗତିବିଧି ଚାଲିଛି। ଯାହା ଦ୍ୱାରା ଏହା ନିଶ୍ଚିତ ହୋଇପାରିଛି ଯେ ଉତ୍ତର-ପୂର୍ବ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ନାହିଁ ।
ସୂଚନାଯୋଗ୍ୟ, ମଣିପୁରରେ ହିଂସା ହେତୁ ଅନେକ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି ଏବଂ ସେନା ମୁତୟନ କରାଯାଇଛି। କିଛି ଦିନ ଶାନ୍ତ ହେବା ପରେ ପୁଣି ହିଂସା ଆରମ୍ଭ ହେଲା। ମେ ୧୫ ସୁଦ୍ଧା ହିଂସାରେ ମୃତ୍ୟୁ ସଂଖ୍ୟା ୭୩ କୁ ବୃଦ୍ଧି ପାଇଛି। ଦଙ୍ଗାକାରୀମାନେ ଏଠାରେ ଅନେକ ଘରେ ନିଆଁ ଲଗାଇ ଦେଇଥିଲେ। ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ମଧ୍ୟ ଏହା ସହ ଦିଲ୍ଲୀରେ ପହଞ୍ଚି ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନାଡାଙ୍କୁ ଭେଟି ରାଜ୍ୟରେ ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି।
#WATCH | Abandoned houses set ablaze by miscreants in New Lambulane area in Imphal in Manipur. Security personnel on the spot. pic.twitter.com/zENI5nuMyM
— ANI (@ANI) May 22, 2023
କାହିଁକି ଜଳୁଛି ମଣିପୁର ?
ମଣିପୁର ହିଂସା ପ୍ରଥମେ ଚୁରଚାନ୍ଦପୁର ଜିଲ୍ଲା ଠାରୁ ଆରମ୍ଭ ହୋଇଥିଲା। ୧୯ ଏପ୍ରିଲରେ, ମଣିପୁର ହାଇକୋର୍ଟ ମେଟି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତିରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ବିରୋଧରେ ଏକତା ପଦଯାତ୍ରା ଆୟୋଜିତ ହୋଇଥିଲା।
ମଣିପୁରର ପ୍ରକୃତ ସମସ୍ୟା ହେଉଛି ମାନବିକ ଅଧିକାରର ଉଲ୍ଲଂଘନ, ୧୯୬୦ ମସିହାରୁ ଏହି ପ୍ରସଙ୍ଗରେ ଆନ୍ଦୋଳନ ଚାଲିଛି। ହିଂସାକାଣ୍ଡ ଘଟିଥିଲା ଯେତେବେଳେ ସନ୍ତ୍ରାସବାଦୀ ସଂଗଠନମାନେ ଛୋଟ ପିଲାମାନଙ୍କୁ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ତାଲିମ ଦେଇ ଭାରତ ସରକାରଙ୍କ ବିରୁଦ୍ଧରେ ଉତ୍ସାହିତ କରିଥିଲେ।
ମଣିପୁରରେ ବିଦ୍ରୋହ ସମସ୍ୟା ପଛରେ ଏକ ପ୍ରମୁଖ କାରଣ ହେଲା ଯେ ସେଠାରେ ଥିବା ଲୋକମାନେ ଅନୁଭବ କରିନ୍ତି ଯେ ସେମାନଙ୍କର ସ୍ୱତନ୍ତ୍ର ରାଜ୍ୟ ହେବାରେ ବିଳମ୍ବ ହୋଇଛି।
ମଣିପୁରରେ ଦାରିଦ୍ର, ବେକାରୀ, ଜନସଂଖ୍ୟା ବିସ୍ଫୋରଣ, ଜାତିଗତ ଉତ୍ତେଜନା, ବାହାରେ ରହିବାକୁ ଇଚ୍ଛା, ଯୁବକଙ୍କ ଅସନ୍ତୋଷ, ହିଂସା, ଦୁର୍ନୀତି ଏବଂ ଲିଙ୍ଗଗତ ସମସ୍ୟା ପ୍ରମୁଖ ରହିଛି।