fbpx

ପୁଅ ହେବ ତ ଏମିତି, ଦିନ ରାତି ଏକ କରି ମୂଲ ମଜୂରି ଲାଗି ମାଙ୍କ ମନ୍ଦିର ନିର୍ମାଣ କଲେ ୩ ପୁଅ

ମହାରାଷ୍ଟ୍ର: ପିଲାମାନେ ବଡ ହୋଇଯିବା ପରେ ବାପା ମାଙ୍କୁ ଅଲଗା କରି ଦେଉଥିବାର ଚିତ୍ର ଆଜିକାଲି ପ୍ରାୟ ସମାଜରେ ଦେଖିବାକୁ ମିଳୁଥିବା ବେଳେ ଆମେ କିନ୍ତୁ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । ମହାରାଷ୍ଟ୍ରର ବିଡ୍ ଜିଲ୍ଲାରୁ ଆସିଛି ଏଭଳି ଏକ ଖବର । ଏଠିକାର ୩ ଭାଇ ମିଶି ମାର ମୃ୍ତ୍ୟୁ ପରେ ତାଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କରିଛନ୍ତି । ବିଡ୍ ଜିଲ୍ଲାର ସାବର ଗ୍ରାମରେ ରହୁଥିବା ଏହି ୩ ଭାଇ ୯ରୁ ୧୦ ଲକ୍ଷ ପଯ୍ୟନ୍ତ ଟଙ୍କା ଖର୍ଚ୍ଚ କରି ନିଜ ମାଙ୍କ ମନ୍ଦିର ନିର୍ମାଣ କରିଛନ୍ତି । କେବଳ ମନ୍ଦିର ନିର୍ମାଣ କରି ନାହାନ୍ତି ସେଠାରେ ମାଙ୍କ ପ୍ରତିମା ବି ସ୍ଥାପନ କରିଛନ୍ତି । ବିଡ୍ ଜିଲ୍ଲାରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ଓ ଲୋକମାନେ କହୁଛନ୍ତି ପୁଅ ହେବ ତ ଏମିତି ।

ମିଳିଥିବା ତଥ୍ୟରୁ ଜଣାପଡିଛି ସାବର ଗ୍ରାମର ଏହି ୩ ପୁଅ ରାଜେନ୍ଦ୍ର, ବିଷ୍ଣୁ ଓ ଛଗନ ଖାଡେ ନିଜ ମାଙ୍କ ମନ୍ଦିର ନିର୍ମାଣ କରିଛନ୍ତି । ନିଜ ମା ରାଧେବାଇଙ୍କ ପ୍ରତିମା ମଧ୍ୟ ଏହି ମନ୍ଦିରରେ ସ୍ଥାପନ କରିଛନ୍ତି । ନିଜ ମାଙ୍କୁ କିପରି ସବୁଦିନ ଦେଖି ପାରିବେ ସେଥିପାଇଁ ସେମାନେ ଏପରି କରିଛନ୍ତି । ମାଙ୍କ ମୂର୍ତ୍ତି ସ୍ଥାପନ କରିବା ଲାଗି ଏକ ଭବ୍ୟ କାର୍ଯ୍ୟକ୍ରମର ବି ଆୟୋଜନ କରିଥିଲେ । ରାଧେବାଇଙ୍କ ବଡ ପୁଅ ବିଷ୍ଣୁ କହିଛନ୍ତି ୧୮ ମେ ୨୦୨୨ ଖାଡେ ପରିବାର ଲାଗି କଳା ଦିନ ଥିଲା । ଏହି ଦିନ ତାଙ୍କ ମା ହୃଦଘାତରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣା ପରେ ତାଙ୍କର ତିନିି ପୁଅ ପୁରା ଭାଙ୍ଗି ପଡିଥିଲେ । ସବୁଦିନ ପାଇଁ ମାଙ୍କୁ ଆଖି ଆଗରେ ଦେଖିବା ଲାଗି ତିନି ଭାଇ ମିଳିମିଶି ମାଙ୍କ ମନ୍ଦିର ନିର୍ମାଣ କରିଥିଲେ । ଯେଉଁମାନଙ୍କ ପାଖରେ ମା ବାପା ଅଛନ୍ତି ସେହି ପିଲାମାନେ ସେମାନଙ୍କ ମୂଲ୍ୟ ବୁଝନ୍ତି ନାହିଁ । ମନ୍ଦିର ତିଆରି କରିବା ପରେ ଦୈନିକ ତିନି ଭାଇ ମାଙ୍କ ଦର୍ଶନ ପାଇ ପାରୁଛନ୍ତି ବୋଲି କହିଛନ୍ତି ।

ରାଧେବାଇ ବହୁ କଷ୍ଟରେ ନିଜ ତିନି ପିଲାଙ୍କୁ ଗଢିି ମଣିଷ କରିଥିଲେ । ତାଙ୍କ ଦେହାନ୍ତ ପରେ ଖାଡେ ପରିବାର ଉପରେ ଦୁଃଖର ପାହାଡ ଅଜାଡି ହୋଇ ପଡିଥିଲା । ଏହାପରେ ସେମାନେ ମାଙ୍କ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ୪ ୫ ମାସ ଭିତରେ ମନ୍ଦିର ନିର୍ମାଣ କରି ଦେଇଥିଲେ । ପୁଣେର ଜଣେ ମୂର୍ତ୍ତିକାରଙ୍କ ହାତରେ ସେ ମାଙ୍କ ପ୍ରତିମା ତିଆରି କରାଇଥିଲେ । ଏହି ମନ୍ଦିର ନିର୍ମାଣ ପାଇଁ ଯେଉଁ ୯/ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ତାହା ସେମାନେ ଦିନ ରାତି ମଜୁରୀ ଲାଗି ଏକଜୁଟ କରିଛନ୍ତି ବୋଲି କହିଛନ୍ତି । ଖାଡେ ପରିବାର ଚାଷବାସ କରି ଗୁଜୁରାଣ ମେଣ୍ଟାନ୍ତି । ପିଢି ପରେ ପିଢି ସମସ୍ତେ ଯେପରି ତାଙ୍କ ମାଙ୍କୁ ମନେ ରଖିବେ ସେଥିଲାଗି ସେମାନେ ଏହି ମନ୍ଦିର ନିର୍ମାଣ କରିଛନ୍ତି ବୋଲି କହିଛନ୍ତି ।

Get real time updates directly on you device, subscribe now.