fbpx

୪୨ ବର୍ଷ ବୟସରେ ହୃଦଘାତରେ ଦେଶର ପ୍ରସିଦ୍ଧ ବଡି ବିଲ୍ଡରଙ୍କ ଦେହାନ୍ତ, ଛୁଉଁ ନ ଥିଲେ ନିଶାଦ୍ରବ୍ୟ

ନୂଆଦିଲ୍ଲୀ:ଗତ ଦୁଇ ବର୍ଷ ଧରି ଦେଶରେ ହୃଦଘାତରେ ମୃତ୍ୟୁ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ହୃଦଘାତରେ ଯୁବକଙ୍କ ଠାରୁ ଆରମ୍ଭ କରି ମଧ୍ୟବୟସ୍କଙ୍କ ପର୍ଯ୍ୟନ୍ତ ବହୁ ଲୋକ ଅଚାନକ ମୃତ୍ୟୁବରଣ କଲେଣି । ଏପରିକି ଫିଟ୍ ଲୋକମାନେ ବି ହୃଦଘାତରେ ମୃତ୍ୟୁବରଣ କରୁଥିବା ଖବର ସାମ୍ନାକୁ ଆସୁଛି । ଏବେ ରାଜସ୍ଥାନରୁ ହୃଦଘାତ ସହ ଜଡିତ ଏକ ଦୁଃଖଦ ଖବର ସାମ୍ନାକୁ ଆସିିଛି । ସୁନାମଧନ୍ୟ ବଡି ବିଲ୍ଡର ତଥା ପୂର୍ବତନ ମିଷ୍ଟର ଇଣ୍ଡିଆ ପ୍ରେମରାଜ ଆରୋରା ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି ।

୪୨ ବର୍ଷୀୟ ଆରୋରା ନିଜ ରୁଟିନ୍ କାମ ସାରି ବାଥରୁମକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ କିଛି ଘଣ୍ଟା ବିତିଯିବା ପରେ ବି ସେ ବାହାରକୁ ଆସି ନ ଥିଲେ । ଏହା ଦେଖିବା ପରେ ଘର ଲୋକେ କବାଟ ପିଟିଥିଲେ । କବାଟ ବାଡେଇବା ପରେ ବି ଭିତରୁ କିଛି ଶବ୍ଦ ଆସି ନ ଥିଲା । ଫଳରେ ପରିବାର ଲୋକଙ୍କୁ କବାଟ ଭାଙ୍ଗିବାକୁ ପଡିଥିଲା । ଏହାପରେ ଦେଖିବାକୁ ମିଳିଥିଲା ଯେ, ପ୍ରେମରାଜ ତଳେ ବେହୋଶ ହୋଇ ପଡି ରହିଛନ୍ତି । ପରିବାର ଲେରାକେ ତାଙ୍କୁ ତୁରନ୍ତ ଡାକ୍ତଖାନା ନେଇ ଯାଇଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ପରେ ପୁରା ପରିବାର ଏବେ ଭାଙ୍ଗି ପଡିଛନ୍ତି । ତେବେ ବେଶ୍ ଫିଟ୍ ଥିବା ପ୍ରେମରାଜଙ୍କ ଏପରି ଅଚାନକ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରି ନାହାନ୍ତି ।

ପ୍ରେମରାଜଙ୍କର ଦୁଇ କନ୍ୟା ରହିଛନ୍ତି । ୨୦୧୨-୧୩ରେ ପ୍ରେମରାଜ ରାଜସ୍ଥାନର ସର୍ବ ଶ୍ରେଷ୍ଠ ପାୱାର ଲିଫ୍ଟିଂ ପୁରସ୍କାର ଜିତିଥିଲେ । ୨୦୧୪ରେ ନାଗପୁରରେ ଆୟୋଜିତ ଏକ ପ୍ରତିଯୋଗିତାରେ ପ୍ରେମରାଜ ମିଷ୍ଟର ଇଣ୍ଡିଆ ସମ୍ମାନ ହାସଲ କରିବା ସହିତ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୬-୧୮ରେ ସେ ଦୁଇଥର ମିଷ୍ଟର ରାଜସ୍ଥାନ ଟାଇଟେଲ୍ ହାସଲ କରିଛନ୍ତି । ପ୍ରେମରାଜ ଯୁବକମାନଙ୍କୁ ଜିମ୍ ଟ୍ରେନିଂ ଦେଉଥିଲେ ଓ ବଡି ବିଲ୍ଡିଂ କ୍ଷେତ୍ରରେ ଏକ ଡର୍ଜନରୁ ଅଧିକ ଆୱାର୍ଡ ଜିତି ସାରିଥିଲେ । ପ୍ରେମରାଜ ନିୟମ ଶୃଙ୍ଗଳ ମଧ୍ୟରେ ନିଜକୁ ରଖୁଥିବା ବେଳେ କୌଣସି ନିଶାଦ୍ରବ୍ୟ ଗ୍ରହଣ କରୁ ନ ଥିଲେ ।

Get real time updates directly on you device, subscribe now.