fbpx

ଗଙ୍ଗା ଦଶହରା : ଘରେ ଅଛି ଯଦି ଗଙ୍ଗାଜଳ , ତେବେ ଭୁଲରେ ବି କରନ୍ତୁ ନାହିଁ ଏହି କାମ

ନୂଆଦିଲ୍ଲୀ : ସନାତନ ଧର୍ମରେ ଗଙ୍ଗା ଦଶହରା ବିଶେଷ ମହତ୍ତ୍ୱ ରହିଛି । ଏହି ପର୍ବ ଗଙ୍ଗା ମାତାଙ୍କୁ ପୂଜା କରାଯାଏ । ବିଶ୍ୱାସ ରହିଛି ଗଙ୍ଗା ଦେବୀଙ୍କୁ ପୂଜା କରିବା ଦ୍ୱାରା ପାପାରୁ ମୁକ୍ତି ମିଳିଥାଏ । ଏହି ବର୍ଷ ଗଙ୍ଗା ଦଶହରା ପର୍ବ ୩୦ ମଇରେ ପାଳନ କରାଯିବ। ଗଙ୍ଗା ଦଶହରାର ମହତ୍ତ୍ୱ ହେଉଛି, ଏହି ଦିନ ମା ଗଙ୍ଗା ଧରିତ୍ରୀ ପୃଷ୍ଠରେ ଅବତରଣ କରିଥିଲେ । ଏହି ବିଶେଷ ଅବସରରେ ଭକ୍ତମାନେ ମାତା ଗଙ୍ଗାରେ ବୁଡ଼ ପକାଇ ତାଙ୍କ ଆଶୀର୍ବାଦ ଭିକ୍ଷା କରନ୍ତି । ଗଙ୍ଗା ଦଶହରା ଶୁଭ ଅବସରରେ ଜ୍ୟେଷ୍ଠ ମାସରେ ଏକ ବଡ଼ ଶୁଭ କାର‌୍ୟ୍ୟକ୍ରମ ବୋଲି ବିଶ୍ୱାସ କରାଯାଏ । ଏଥର ଗଙ୍ଗା ଦଶହରା ଶୁଭ ସମୟ ୨୯ ମଇ ୨୦୨୩ ସୋମବାର ଦିନ ୧୧:୪୯ ରୁ ଆରମ୍ଭ ହୋଇ ୩୦ ମଇ ମଙ୍ଗଳବାର ଦିନ ୦୧:୦୭ ରେ ଶେଷ ହେବ। ତେଣୁ ଏହି ପର୍ବ ୩୦ ତାରିଖରେ ଆୟୋଜିତ ହେବ ।

ପବିତ୍ର ଜଳ ଗଙ୍ଗାଜଳ ପ୍ରାୟ ସମସ୍ତଙ୍କ ଘରେ ଥାଏ । ପାପାରୁ ମୁକ୍ତି ପାଇଁ ଏହି ଜଳକୁ ବ୍ୟବହାର କରାଯାଏ । ବିଶେଷ କରି ଅଶୁଦ୍ଧ କୁ ଶୁଦ୍ଧ କରିବା ପାଇଁ ଏହି ଜଳ ବ୍ୟବହାର କରାଯାଏ । କିନ୍ତୁ ଏହି ଗଙ୍ଗ ଦଶହରା ଅବସରେ କିଛି ଏପରି କିଛି କାର୍ଯ୍ୟ ଅଛି ଯାହାକୁ କରିବାକୁ ବାରଣ କରାଯାଇଛି । ଗଙ୍ଗାଜଳକୁ ନେଇ କିଛି ନିୟମ ବିଷୟରେ ଆସନ୍ତୁ ଜାଣିବା..

ଆପଣ ଅନେକ ଥର ଦେଖିଥିବେ ଘରେ ପ୍ଲାଷ୍ଟିକ ବୋତଲ ବା ଡବାରେ ଗଙ୍ଗଜଳା ରଖାଯାଏ । କିନ୍ତୁ ଏପରି କରିବା ଅନୁଚିତ୍ । ପ୍ଲାଷ୍ଟିକ ଅଶୁଦ୍ଧ ହୋଇଥାଏ । ତେଣୁ ଗଙ୍ଗାଜଳକୁ ତମ୍ବା, ପିତ୍ତଳ, ମାଟି କିମ୍ବା ଚାନ୍ଦି ପାତ୍ରରେ ରଖିବା ଉଚିତ୍ ।

ଗଙ୍ଗାଜଳକୁ ଐଶାନ୍ କୋଣରେ ରଖିବା ଉଚିତ୍ । ଉତ୍ତର ଓ ପୂର୍ବ ଦିଗରେ ରଖିବା ଉଚିତ୍ । ବାଥୁମ୍ ଏବଂ ରୋଷେଇ ଘର ଠାରୁ ଦୂରେଇ ରଖିବା ଉଚିତ୍ ।

ଗଙ୍ଗାଜଳକୁ ଅସନା ବା ଅଇଁଣ୍ଠା ହାତରେ ଧରିବା ବିଲକୁଲ ଉଚିତ୍ ନୁହେଁ । ଗଙ୍ଗାଜଳକୁ ଧରିବା ପୂର୍ବରୁ ଭଲ ଭାବରେ ହାତ ଧୋଇବା ଉଚିତ୍ ।

Get real time updates directly on you device, subscribe now.