fbpx

ରିସର୍ଚ୍ଚ: ଭାରତ ଉପରକୁ ମାଡି ଆସୁଛି ମହାବିପତ୍ତି! ହିନ୍ଦୁକୁଶ-ହିମାଳୟ ପାଇଁ ୧୬ ଦେଶକୁ ଚେତାବନୀ

ନୂଆଦିଲ୍ଲୀ: ଭାରତ ସମେତ ଦେଶର ଚାରିପାଖରେ ଥିବା ୧୬ ଦେଶ ପାଇଁ ମହାବିପଦ ଜାରି ହୋଇଛି । ହିନ୍ଦୁକୁଶ ଏବଂ ହିମାଳୟର ପାହାଡକୁ ଏହି ବିପଦର ମୁଖ୍ୟ କାରଣ ବୋଲି କୁହାଯାଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଠାକାର ୱ।।ଟର ସିଷ୍ଟମ ବିଗିଡିପାରେ, ଫଳରେ ପାହାଡରୁ ବାହାରିଥିବା ନଦୀ ଗୁଡିକର ସ୍ରୋତ ପ୍ରଖର ହେବ । ଏହାଦ୍ୱାରା ଭାରତ ସମେତ ୧୬ଟି ଦେଶର ଅର୍ଥ ବ୍ୟବସ୍ଥା ଏବଂ ଶକ୍ତି ପ୍ରଣାଳୀ ଉପରେ ଖୁବ ପ୍ରଭାବ ପଡିବ । ଏକ ରିସର୍ଚ୍ଚରୁ ଏ ବିଷୟରେ ଜାଣିବାକୁ ମିଳିଛି ।

Hindukush- Himalaya Rivers

ଏହି ରିସର୍ଚ୍ଚ ଅନୁସାରେ, ହିନ୍ଦୁକୁଶ ଏବଂ ହିମାଳୟରୁ ବହୁଥିବା ୧୦ଟି ପ୍ରମୁଖ ନଦୀ ଯୋଗୁଁ ୧୯୦ କୋଟି ଲୋକଙ୍କୁ ପିଇବା ପାଣି ମିଳିଥାଏ । ଏହାବ୍ୟତୀତ ଏହି ନଦୀର ପାଣି ଯୋଗୁଁ ଚାଷକାର୍ଯ୍ୟ ମଧ୍ୟ ସୁଦୃଢ ହୋଇଥାଏ । କିନ୍ତୁ ଜଳବାୟୁ ପରିବର୍ତ୍ତନରେ ଗ୍ଲାସିୟର ଦିନକୁ ଦିନ ତରଳିବାରେ ଲାଗିଛି । ତେବେ ଭୟାନକ ମୌସୂମୀ ଆଗକୁ ଏକ ସାଂଘାତିକ ବିପଦକୁ ଟାଣି ଆଣିପାରେ ବୋଲି ଏଥିରେ ଚେତାବନୀ ଜାରି କରାଯାଇଛି । ବୈଜ୍ଞାନିକମାନେ ଚେତାବନୀ ଦେଇ କହିଛନ୍ତି ଯେ, ଏହି ନଦୀଗୁଡିକରେ ଲଗାତାର ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଯଦି ମାନବ ସମାଜ କାର୍ବନ ଉତ୍ସର୍ଜନ କମ୍ ନ କରନ୍ତି, ତେବେ ପିଇବା ପାଇଁ ପାଣିର ସମସ୍ୟା ଦେଖା ଦେଇପାରେ । ଭାରତ ସମେତ ଏହି ୧୬ଟି ଦେଶର ଜଳ ଏବଂ ଏଥିରୁ ମିଳୁଥିବା ଶକ୍ତିକୁ ବଞ୍ଚାଇ ରଖିବା ପାଇଁ ବଡ ଧରଣର ଢାଞ୍ଚାଗତ ବିକାଶ କରିବାକୁ ହେବ । ତେବେ ଏହି ନଦୀ ତାଲିକାରେ ଭାରତର ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀ ମଧ୍ୟ ସାମିଲ ରହିଛି ।

Hindukush- Himalaya Rivers

ତେବେ ଏହି ୨ ପର୍ବତମାଳାରୁ ବାହାରିଥିବା ପ୍ରମୁଖ ନଦୀଗୁଡିକ ହେଉଛି:- ଭାରତର ଗଙ୍ଗା, ବ୍ରହ୍ମପୁତ୍ର, ଚୀନର ୟାଙ୍ଗତଜେ ଏବଂ ୟେଲୋ ରିଭର(ମେକାଙ୍ଗ ଏବଂ ସାଲୱିନନଦୀ ସହିତ ସୀମା ବଣ୍ଟନ କରିଥାଏ) । ଏହି ନଦୀଗୁଡିକ ଭାରତ, ନେପାଳ ଏବଂ ଦକ୍ଷିଣପୂର୍ବ ଏସିଆର ୧୬ଟି ଦେଶର ତିନି-ଚତୁର୍ଥାଂଶ ହାଇଡ୍ରୋପାୱାରକୁ ସମର୍ଥନ କରିଥାଏ । ଏହାବ୍ୟତୀତ ୪୪% କୋଇଲା ଆଧାରିତ ପାୱାର ପ୍ରୋଜେକ୍ଟସକୁ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.