fbpx

ଫାଟିଲା ମେକ୍ସିକୋର ବୃହତ ଆଗ୍ନେୟଗିରି, ୨.୫ କୋଟି ଲୋକ ପ୍ରଭାବିତ

ନୂଆଦିଲ୍ଲୀ:ମେକ୍ସିକୋରେ ଏକ ବୃହତ ଆଗ୍ନେୟଗିରି ବିସ୍ଫୋରଣ ଫଳରେ ପୁରା ଆକାଶ ଧୂଆଁମୟ ହୋଇଯାଇଛି । ଏହା ଦ୍ୱାରା ସେଠାରେ ଲକ୍ଷାଧିକ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଏହି ଆଗ୍ନେୟଗିରି ଫାଟିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହା ହେଉଛି ମେକ୍ସିକୋର ସବୁଠାରୁ ଭୟାନକ ଆଗ୍ନେୟଗିରି ଓ ଏହାର ନାମ ପୋପୋକେଟପେଟଲ । ମେ ୧୫ରୁ ଏହି ଆଗ୍ନେୟଗିରିର ଗତିବିଧି ଦ୍ରୁତ ହୋଇ ଯାଇଥିଲା । ଏହା ବିସ୍ଫୋରଣ ପରେ ବାୟୁମଣ୍ଡଳରେ ପ୍ରବଳ ଧୂଆଁ ଓ ପାଉଁଶ ଭରି ଯାଇଥିଲା । ଏହାକୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ନିକଟବର୍ତ୍ତୀ ସ୍କୁଲ ଓ କଲେଜ ସବୁକୁ ବନ୍ଦ କରି ଦିଆଯାଇଛି ।

ଏକ ରିପୋର୍ଟ ଅନୁଯାୟୀ ଏହି ଆଗ୍ନେୟଗିରିର ୬୦ ମାଇଲ୍ ପାଖାପାଖି ଅଞ୍ଚଳରେ ୨.୫ କୋଟି ଲୋକ ବସବାସ କରୁଥିଲେ । ଏହି ବିସ୍ଫୋରଣ ପରେ ଭୟଙ୍କର ଭାବରେ ଧୂଆଁ ଚାରିଆଡେ ବ୍ୟାପିଯିବାରୁ ବିମାନ ଚଳାଚଳକୁ ବନ୍ଦ କରି ଦିଆଯାଇଛି । ମିଳିଥିା ଭିଡିଓରୁ ଦେଖିବାକୁ ମିଳୁଛି ଏହି ଆଗ୍ନେୟଗିରି ବିସ୍ଫୋରଣ କେତେ ମାତ୍ରାରେ ଭୟଙ୍କର ଥିଲା । ମେ ୨୧ରେ ମେକ୍ସିକୋ ନ୍ୟାସନାଲ ସିଭିଲ ପ୍ରୋଟେକ୍ସନ କୋଅର୍ଡିନେସନ( ସିଏନପିସି) ପକ୍ଷରୁ ଏହି ଆଗ୍ନେୟଗିରିକୁ ନେଇ ସତର୍କ ସୂଚନା ଦିଆଯାଇଥିଲା । ଏହାକୁ ସିଏନପିସି ପକ୍ଷରୁ ୟଲୋ ଫେଜ୍ ୩ ସ୍ତର ବୋଲି ବର୍ଣ୍ଣନା କରାଯାଇଥିଲା । ଏହି ସୂଚନା ବଳରେ ଆଗ୍ନେୟଗିରି ପାକାପାଖି ରହୁଥିବା ୩୦ ଲକ୍ଷ ଲୋକଙ୍କୁ ସ୍ଥାନ ଖାଲି କରିବାକୁ ସତର୍କ ବାଣୀ ଦିଆଯାଇଥିଲା ।

ଏହା ପୂର୍ବରୁ ୨୦୦୦ରେ ବି ଏଠାରେ ଆଗ୍ନେୟଗିରି ବିସ୍ଫୋରଣ ଘଟିଥିଲା ଓ ପ୍ରାୟ ୫୦,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଗତ ବର୍ଷ ୨୮ ନଭେମ୍ବରରେ ବି ଏଠାରେ ମୌନା ଲୋଆ ନାମକ ଏକ ଆଗ୍ନେୟଗିରିର ବିସ୍ଥୋରଣ ଘଟିଥିଲା ଯେଉଁଥିରେ ପୁରା ଆକାଶ ଲାଲ ରଙ୍ଗ ହୋଇ ଯାଇଥିଲା । ତେବେ ପୋପୋକେଟପେଟଲ ଆଗ୍ନେୟଗିରି ବିସ୍ଫୋରଣରୁ ଉତ୍ପନ୍ନ ଧୂଆଁ ୪୫,୦୦୦ ଫୁଟ ପର୍ଯ୍ୟନ୍ତ ଆକାଶରେ ବ୍ୟାପି ଯାଇଛଇ ବୋଲି ରାଷ୍ଟ୍ରୀୟ ମୌସୁମୀ ସେବା ସୂତ୍ରରୁ ଜଣାପଡିଛି ।

Get real time updates directly on you device, subscribe now.