fbpx

୨୦୨୩-୨୪ ଶିକ୍ଷାବର୍ଷରୁ ବଢିବ +୨ ସିଟ୍, ସୂଚନା ଦେଲେ ଗଣଶିକ୍ଷା ଓ ସଚିବ

ଭୁବନେଶ୍ୱର: ବଢିବ +୨ ସିଟ୍ ସଂଖ୍ୟା । ଏନେଇ ଗଣଶିକ୍ଷା ଓ ସଚିବ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଏଥର ମାଟ୍ରିକ ପାସ୍ ହାର ଅଧିକ ହୋଇଥିବାରୁ ସିଟ୍ ବଢିବା ନିଷ୍ପତ୍ତି ନିଆଯାଇଛି । ତେଣୁ ୨୦୨୩-୨୪ ଶିକ୍ଷାବର୍ଷରୁ ଏହି ସିଟ୍ ସଂଖ୍ୟା ବଢିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସଫଳତା ହାର ଅଧିକ ଥିବାରୁ ସିଟ୍ ସଂଖ୍ୟା ବୃଦ୍ଧି ପାଇଛି । ଏନେଇ ଗତ ମେ ୨୦ ତାରିଖରେ ଗଣଶିକ୍ଷା ମନ୍ତ୍ରୀ ସିଟ୍ ସଂଖ୍ୟା ବୃଦ୍ଧି ପାଇବ ବୋଲି ଘୋଷଣା କରିଥିଲେ । ହେଲେ କୌଣସି ନିଶ୍ଚିତତା ହୋଇନଥିଲା । ଆଜି ଏନେଇ ନିଷ୍ପତ୍ତି ନିଆଯାଇଛି । ଆବଶ୍ୟକତାକୁ ଦେଖି ସିଟ୍ ସଂଖ୍ୟା ବଢାଇବାକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ବ୍ୟତୀତ, ୧୦୬ଟି ନୂତନ ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବାକୁ ଘୋଷଣା କରାଯାଇଛି । ୧୦୬ ଅପଗ୍ରେଟେଡ୍ ଉଚ୍ଚ ମାଧ୍ୟମିକ ସ୍କୁଲରେ ୧୩ ହଜାର ସିଟ୍ ରହିବ ।

Get real time updates directly on you device, subscribe now.