ଆଣ୍ଡାମାନ ଓ ପୂର୍ବ କେନ୍ଦ୍ର ବଙ୍ଗୋପ ସାଗରରେ ପ୍ରବେଶ କଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ: ୩ଟି ଜିଲ୍ଲାରେ କାଳବୈଶାଖୀ ଓ ବର୍ଷା ସମ୍ଭାବନା ନେଇ
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ବଙ୍ଗୋସାଗର ର କିଛି ଭାଗ, ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଆଣ୍ଡାମାନ ସାଗର ଓ ପୂର୍ବ କେନ୍ଦ୍ର ବଙ୍ଗୋପସାଗର ର କିଛି ଭାଗରେ ପ୍ରବେଶ କରିଛି। ଭାରତୀୟ ପାଣିପାଗ ବିଭାଗ କହିଛି, ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମାଳଦ୍ୱୀପ ଓ କୋମୋରିନ୍ ଅଞ୍ଚଳ, ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପୂର୍ବ ଓ କେନ୍ଦ୍ର ବଙ୍ଗୋପସାଗର ର ଆହୁରି ଅଧିକ ଅଞ୍ଚଳକୁ ପ୍ରବେଶ କରିବ। ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବାପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି।
ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୩୯ ଦଶମିକ ୪ ଡିଗ୍ରୀ ସେଲସିୟସ ଥିବା ରେକର୍ଡ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ଭୁବନେଶ୍ୱରରେ ୩୭ ଡିଗ୍ରୀ ରେକର୍ଡ କରାଯାଇଛି ।
ଆସନ୍ତ ୩ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ଅନୁଗୁଳ ଓ କନ୍ଧମାଳ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆଗାମୀ ୨ରୁ୩ ଦିନ ମଧ୍ୟରେ ମାଳଦୀପ, କୋମୋରିନ ଅଞ୍ଚଳ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ର ଆହୁରି କିଛି ଭାଗ , ଦକ୍ଷିଣ-ପୂର୍ଵ ବଙ୍ଗୋପସାଗର ର ଅବଶିଷ୍ଟ ଅଂଶ , କେନ୍ଦ୍ରୀୟ ବଙ୍ଗୋପସାଗର ର ଆହୁରି କିଛି ଅଂଶ ତଥା ଉତ୍ତର-ପୂର୍ବ ବଙ୍ଗୋପସାଗର ର କିଛି ଅଞ୍ଚଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି pic.twitter.com/VNZBsuOGsz
— Meteorological Centre, Bhubaneswar (@mcbbsr) May 30, 2023