fbpx

ଜୁନ୍ ୧ ରୁ କମ୍ ଦାମରେ ମିଳିବ LPG ଗ୍ୟାସ ସିଲିଣ୍ଡର! ବ୍ୟାଙ୍କ, ITR ସମେତ ବଦଳିବ ଏହିସବୁ ନିୟମ

ନୂଆଦିଲ୍ଲୀ: ଆଉ ୨ ଦିନ ପରେ ଆରମ୍ଭ ହୋଇଯିବ ଜୁନ୍ ମାସ । ଆସନ୍ତା ନୂଆ ମାସରେ ମଧ୍ୟ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟାଙ୍କ, ଆଇଟିଆର ଏବଂ ଏଲପିଜି ସିଲିଣ୍ଡର ସମେତ ଅନେକ ନିୟମରେ ମଧ୍ୟ ପରିବର୍ତ୍ତନ କରାଯିବ । ତେବେ ଦେଶର କୋଟି କୋଟି ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡିବ । ଏହାବ୍ୟତୀତ ଇପିଏଫଓ ଖାତାଧାରକଙ୍କ ପାଇଁ ମଧ୍ୟ ନିୟମ ବଦଳିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା ଜୁନ୍ ମାସରେ ପରିବର୍ତ୍ତନ ହେବାକୁ ଥିବା କିଛି ନିୟମ ।

ଜୁନ୍ ପହିଲାରୁ ଇପିଏଫଓ ନିୟମରେ ପରିବର୍ତ୍ତନ କରାଯିବ । ନିୟମ ଅନୁସାରେ, ସମସ୍ତ ଖାତାଧାରକମାନଙ୍କର ପିଏଫ ଆକାଉଣ୍ଟ ଆଧାର କାର୍ଡ ସହିତ ଲିଭ୍କ ହେବା ଆବଶ୍ୟକ । ତେବେ ଜୁନ୍ ୧ ସୁଦ୍ଧା ଆକାଉଣ୍ଟ ସହିତ ଆଧାର କାର୍ଡ ଲିଙ୍କ ନ କଲେ ଆପଣଙ୍କୁ ଅନେକ କ୍ଷତି ସହିବାକୁ ପଡିପାରେ । ଏହାକୁ ନେଇ ଇପିଏଫଓ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଜୁନ୍ ଆରମ୍ଭରୁ ଆଇଟିଆର ଦେଉଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ବଡ ପରିବର୍ତ୍ତନ ହୋଇପାରେ । ଜୁନ୍ ୭ ତାରିଖରୁ ଆଇଟିଆର ନିଜର ଏକ ନୂଆ ୱେବସାଇଟ ଲଞ୍ଚ କରିବାକୁ ଯାଉଛି । ଅର୍ଥାତ୍ ଏହି ୱେବସାଇଟକୁ ଜୁନ୍ ୧ ତାରିଖରୁ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ନାହିଁ । ୟୁଜରମାନଙ୍କୁ ନୂଆ ୱେବସାଇଟ ରେ ଭିଜିଟ କରିବାକୁ ହେବ ଏବଂ ୬ ଦିନ ପର୍ଯ୍ୟନ୍ତ ଏହାର ବ୍ୟବହାର କରିପାରିବେ ନାହିଁ । ଆୟକର ବିଭାଗର ଇ-ଫାଇଲିଙ୍ଗ ସର୍ଭିସ ମଧ୍ୟ କମା କରିବ ନାହିଁ ।

ବ୍ୟାଙ୍କ ଅଫ ବରୋଦା ମଧ୍ୟ ନୂଆ ମାସରେ ଚେକ୍ ପେମେଣ୍ଟ ମେଥଡ ଉପରେ ନୂଆ ନିୟମ ଆଣିବାକୁ ଯାଉଛି । କୌଣସି ଗ୍ରାହକ ୨ ଲକ୍ଷ ଟଙ୍କାର ଚେକ୍ ଜାରି କଲେ ନୂଆ ନିୟମ ଅନୁସାରେ, ଗ୍ରାହକଙ୍କୁ ଉକ୍ତ ଚେକର ବିବରଣୀ ପ୍ରଥମେ ନିଶ୍ଚିତ କରିବାକୁ ପଡିବ । ଏହାବ୍ୟତୀତ ଛୋଟ ସର୍ଭିସ ସ୍କିମ୍ ର ସୁଧହାରରେ ମଧ୍ୟ ସରକାର ପରିବର୍ତ୍ତନ କରିପାରନ୍ତି । ଜୁନ୍ ୩୦ ତାରିଖରୁ ପୁଣିଥରେ ନୂଆ ସୁଧହାର ଲାଗୁ କରାଯିବ । ସରକାରୀ ତେଲ କମ୍ପାନୀ ତରଫରୁ ଗ୍ୟାସ ସିଲିଣ୍ଡରର ଦାମ୍ ପ୍ରତି ମାସରେ ପରିବର୍ତ୍ତନ ହୋଇଥାଏ । ଆଇଓସିଏଲ ସମେତ ତେଲ କମ୍ପାନୀ ୧ ତାରିଖରୁ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କରିପାରନ୍ତି କିମ୍ବା ହ୍ରାସ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇପାରନ୍ତି ।

Get real time updates directly on you device, subscribe now.