fbpx

କ୍ୱାରେଣ୍ଟିନ ସେଣ୍ଟରରେ ଟିକଟକ, ୭ ଜଣଙ୍କ ନାଁରେ ଏତଲା

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର): ରାଜ୍ୟ ବାହାରେ ଫସିରହିଥିବା କହିଲେ । ଘରକୁ ଫେରିବାକୁ ଆକୂଳ ବିକଳ ହେଲେ । ହେଲେ ରାଜ୍ୟକୁ ଫେରିବା ପରେ ବାହାରୁଛି ନଖରାମି । କେଉଁଠି ଭାତ ଡାଲମା ନଖାଇବାର ଯିଦ ତ ଆଉ କେଉଁଠି କ୍ୱାରେଣ୍ଟିନ ସେଣ୍ଟରରୁ ଫେରାର । ଏଭଳି ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସୁଛି ଓଡିଶା ଫେରଥିବା ପ୍ରବାସୀଙ୍କ ନାଁରେ । ଆଉ ଏବେ ନୂଆ ଅଭିଯୋଗ ।

କ୍ୱାରେଣ୍ଟିନ ସେଣ୍ଟରରେ ବି ରଖୁନାହାନ୍ତି ସମାଜିକ ଦୂରତା । ଏକାଠି ଖାଉଛନ୍ତି ,ଗୁଲିଗପ କରୁଛନ୍ତି ଆଉ ଟିକଟକ ବି କରୁଛନ୍ତି । ଖାସ ଏହି କାରଣରୁ ଏବେ ଥାନାରେ ମାମଲା ହୋଇଛି । ଭଦ୍ରକ ତିହିଡି ସ୍କୁଲରେ ହୋଇଥିବା କ୍ୱରେଣ୍ଟିନ ସେଣ୍ଟରରେ ଟିକଟକ କରୁଥିଲେ ପ୍ରବାସୀ । ସଭିଏଁ କଲିକତା ଫେରନ୍ତା । ଘଟଣା ନଜରକୁ ଆସିବା ପରେ ସ୍ଥନୀୟ ସରପଂଚ ୭ ଜଣକ ନାଁରେ ଏତଲା ଦେଇଛନ୍ତି ।

Get real time updates directly on you device, subscribe now.