fbpx

ମୃତ୍ୟୁ ପଛର କାରଣ ଖରାପ ଚେହେରା ଓ ଅସୁନ୍ଦର କେଶ, ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲେ ଯୁବକ

ନାଳନ୍ଦା : ମୁଁ ସୁନ୍ଦର ନୁହେଁ, ମୋର ବଞ୍ଚିବାର ଅଧିକାର ନାହିଁ । ମୋ ମୃତ୍ୟୁ ପାଇଁ ଦାୟୀ ମୋ ଅସୁନ୍ଦରତା । ମୋ ଚେହେରା ଖରାପ, ମୋ କେଶ ମଧ୍ୟ ଖରାପ । ମୋତେ କେହି ପସନ୍ଦ କରୁନାହଁନ୍ତି । ତେଣୁ ମୁଁ ଆଉ ବଞ୍ଚିବାକୁ ଚାହୁଁନାହିଁ । ଏଭଳି କିଛି ସୁଇସାଇଡ୍ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ ।

ବିହାରର ନାଳନ୍ଦାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ତାଙ୍କ ଚେହେରା ଯୋଗୁଁ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ଯୁବକ ଜଣକ ନିଜ ଆତ୍ମହତ୍ୟା ନୋଟରେ ଲେଖିଥିଲେ ଯେ ସେ ନିଜ ଚେହେରା ଉପରେ ବିଲକୁଲ ଖୁସୀ ନଥିଲେ । ଲୋକମାନେ ତାଙ୍କର ଭଜାକ୍ ଉଡାଉଥିଲେ । ଥଟ୍ଟା ପରିହାସର ତାଙ୍କୁ ସାମ୍ନାକୁ କରିବାକୁ ପଡିଥିଲା । ଏହି କାରଣରୁ ସେ ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ନେଇଛନ୍ତି ।

ମଙ୍ଗଳବାର ରାତିରେ ଜଣେ ବ୍ୟକ୍ତି ନିଜର କଦର୍ଯ୍ୟ ରୂପ ପାଇଁ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାଁ ବିଜୟ କୁମାର ବୋଲି ଜଣାପଡିଛି। ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ମଙ୍ଗଳବାର ଦିନ ସେ ତାଙ୍କ ଭଉଣୀଙ୍କ ଘରକୁ ଯାଇଥିଲେ, ଯେଉଁଠାରେ ସେ ସୁଇସାଇଡ୍‌ଜ ନୋଟ୍ ଲେଖିବା ପରେ ଆତ୍ମହତ୍ୟା କରିଥିଲେ । ସେତେବେଳେ ତାଙ୍କ ଭଉଣୀ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଘରେ ଉପସ୍ଥିତ ନଥିଲେ। ତେବେ ସେ ମାନସିକ ସ୍ତରରେ ବିଚଳିତ ଥିବା ତାଙ୍କ ଭାଇ କହିଛନ୍ତି ।

Get real time updates directly on you device, subscribe now.