fbpx

ଆଜିଠାରୁ ICC ନିୟମରେ ବଡ଼ ପରିବର୍ତ୍ତନ: ଖେଳାଳିମାନେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: କ୍ରିକେଟର ଲୋକପ୍ରିୟତା ଓ ଖେଳାଳିଙ୍କ ସୁରକ୍ଷା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଅନେକ ସମୟରେ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ଆଜିଠାରୁ ଆଇସିସି ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛି । ଏଣିକି ସମସ୍ତ ଖେଳାଳି ହେଲମେଟ ପିନ୍ଧିବା ବାଧ୍ୟତମୂଳକ । ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ବିନ ହେଲମେଟରେ କୌଣସି ଖେଳାଳି ପଡ଼ିଆକୁ ଯିବେ ନାହିଁ ବୋଲି କୁହାଯାଇଛି ।

ପଡ଼ିଆକୁ ଯିବା ପୂର୍ବରୁ ସମସ୍ତ ଖେଳାଳି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ଖେଳାଳିମାନେ ବିନା ହେଲମେଟରେ ଖେଳୁଥିବା ଦେଖାଯାଇଥିଲା । ସେହି କାରଣରୁ ଅନେକ ସମୟରେ ଖେଳାଳିଙ୍କ ମୁଣ୍ଡରେ, ମୁହଁରେ ବଲ ବାଜି ସେମାନେ ଆହତ ହେଉଥିଲେ । ସେଥିପାଇଁ ସୁରକ୍ଷାକୁ ଦୃଷ୍ଟି ଦେଇ ଏହି ନିଷ୍ପତ୍ତି ନିଆଯାଇଛି । ଏଥିସହିତ କ୍ରିକେଟ ସହ ଜଡ଼ିତ ଆଉ କିଛି ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।

ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତା ଏନେଇ ଗତ ମାସ ୧୬ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଇସିସି ପୁରୁଷ କ୍ରିକେଟ କମିଟିର ସୁପାରିଶକୁ ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି ସବୁଜ ସଙ୍କେତ ପ୍ରଦାନ କରିଥିଲା । ଆଜି ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟେଷ୍ଟ ମ୍ୟାଚରେ ଏହି ନୂଆ ନିୟମ ଲାଗୁ ହେବ । ଦ୍ରୁତ ବୋଲରଙ୍କ ସମ୍ମୁଖୀନ ହେବା ସମୟରେ, ୱିକେଟ କିପିଂ କରିବା ସମୟରେ ବ୍ୟାଟ୍ସମ୍ୟାନଙ୍କ ନିକଟରେ ଫିଲ୍ଡିଂ କରୁଥିବା ସମୟରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହେବ ।

Get real time updates directly on you device, subscribe now.