fbpx

Asia Cup 2023 ପାଇଁ ଭାରତୀୟ ଦଳ ଘୋଷଣା: ଜୁନ୍ ୧୭ରେ ଭାରତ-ପାକିସ୍ତାନ ଲଢ଼େଇ

ନୂଆଦିଲ୍ଲୀ: ଏସିଆ କପ ୨୦୨୩ର ଭେନ୍ୟୁ ପାଇଁ ଦୀର୍ଘ ସମୟ ଧରି ବିବାଦ ଚାଲି ଆସିଛି । ବର୍ତ୍ତମାନ ବି ଏହି ବିବାଦ ଜାରି ରହିଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଜି ଏକ ବଡ଼ ଘୋଷଣା କରିଛି । ଏହି ଘୋଷଣା ପରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହି ନିଶ୍ଚିତ ଭାବେ ବଢ଼ିଯିବ । ଏସିଆ କପ ୨୦୨୩ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୪ ଜଣିଆ ସ୍କ୍ୱାଡ ଚୟନ କରାଯାଇଛି ।

ବିସିସିଆଇ ପକ୍ଷରୁ ଜାରି ବିଜ୍ଞପ୍ତି ମୁତାବକ, ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ମୋଟ ୩ଟି ମ୍ୟାଚ ଖେଳିବ । ସେହି ମ୍ୟାଚଗୁଡ଼ିକ ମଧ୍ୟରୁ ଗୋଟିଏ ପାକିସ୍ତାନ ବିପକ୍ଷରେ ଖେଳିବ । ସବୁଠାରୁ ବଡ଼ କଥା ହେଉଛି ବିସିସିଆଇ ପକ୍ଷରୁ ଏହି ସ୍କ୍ୱାଡ ପୁରୁଷ କ୍ରିକେଟ ଟିମ୍ ପାଇଁ ନୁହେଁ, ବରଂ ମହିଳା କ୍ରିକେଟ ଟିମ୍ ପାଇଁ ଘୋଷଣା କରାଯାଇଛି । ଟିମରେ ୧୪ ଜଣ ଖେଳାଳିଙ୍କୁ ସ୍ଥାନ ଦିଆଯାଇଥିବା ବେଳେ ମ୍ୟାଚଗୁଡ଼ିକର ଶିଡ୍ୟୁଲ ଜାରି କରାଯାଇଛି ।

ଭାରତୀୟ ଟିମ୍ ଆସନ୍ତା ମାସ ୧୩ ତାରିଖରୁ ଏସିଆ କପରେ ନିଜର ଅଭିଯାନ ଆରମ୍ଭ କରିବ । ଏହି ଦିନ ଭାରତ ହଂକଂକୁ ଭେଟିବ । ତା’ପରେ ୧୫ ତାରିଖରେ ଭାରତ ଥାଇଲାଣ୍ଡକୁ ଭେଟିବ । ଏହାପରେ ୧୭ ତାରିଖରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଏହି ମ୍ୟାଚ ନିଶ୍ଚିତ ଭାବେ ଖୁବ୍ ରୋମାଞ୍ଚକର ହେବ ।

Get real time updates directly on you device, subscribe now.