fbpx

ବାହାନଗା ଟ୍ରେନ ଟ୍ରାଜେଡି: କେମିତି ଓ କାହିଁକି ହେଲା ଦୁର୍ଘଟଣା? ରେଲୱେ ଜାରି କଲା ବୟାନ୍

ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ ଦୁର୍ଘଟଣା ବର୍ତ୍ତମାନ ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି । ଭୟଙ୍କର ଦୁର୍ଘଟଣାରେ ୨୭୫ ଜଣ ଯାତ୍ରୀ ପ୍ରାଣ ହରାଇଥିବା ରିପୋର୍ଟ ମିଳିଛି । ତେବେ ଟ୍ରାକରେ ଠିଆ ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ । ଏହାପରେ ଯଶୋବନ୍ତପୁରର-ହାୱଡା ଏକ୍ସପ୍ରେସ ମଧ୍ୟ ଏଥିରେ ଧକ୍କା ହେବାରୁ ଶହ ଶହ ଯାତ୍ରୀ ପ୍ରାଣ ହରାଇଛନ୍ତି । ତେବେ ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଦୁର୍ଘଟଣା ନେଇ ବୟାନ ଜାରି କରିଛି ଭାରତୀୟ ରେଲୱେ । ଦୁର୍ଘଟଣା କିପରି ଏବଂ କାହିଁକି ହେଲା, ଏହାର ଉତ୍ତର ରଖିଛି ଭାରତୀୟ ରେଳ ବିଭାଗ ।

୨ ତାରିଖ ସନ୍ଧ୍ୟା ୭ଟା ସମୟରେ ବାଲେଶ୍ୱରର ବାହାନଗାଠାରେ ଏକ ଭୟାନକ ଟ୍ରେନ ଦୁର୍ଘଟରା ଘଟିଯାଇଛି । ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୭୫ରେ ପହଞ୍ଚିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ତେବେ ଦୁର୍ଘଟଣାର କାରଣ ଦ୍ରୁତ ଗତି ବୋଲି କହିଛି ଭାରତୀୟ ରେଳବାଇ । ଇଣ୍ଡିଆନ ରେଲୱେ ପକ୍ଷରୁ କୁହାଯାଇଛି ଯେ, କରମଣ୍ଡଳ ଏକ୍ସପ୍ରେସ ବାହାନଗା ବଜାର ଷ୍ଟେସନର (ଶାଲିମାର-ମାଡ୍ରାସ) ମେନ୍ ଲାଇନ୍ ଅତିକ୍ରମ କରୁଥିବା ବେଳେ ଲୁପ୍ ଲାଇନରେ ଏକ ମାଲବାହୀ ଗାଡିକୁ ଧକ୍କା ଦେଇଥିଲା । ଏହି ସମୟରେ ଗାଡି ଫୁଲ୍ ସ୍ପିଡରେ ରହିଥିଲା, ଯେଉଁଥିପାଇଁ ଟ୍ରେନକୁ ରୋକିବା ସମ୍ଭବପର ହୋଇ ପାରି ନଥିଲା । ଫଳରେ ଏକ୍ସପ୍ରେସର ପ୍ରାୟ ୨୧ଟି କୋଚ୍ ଲାଇନଚ୍ୟୁତ ହୋଇଯାଇଥିବା ବେଳେ ୩ଟି କୋଚ୍ ଡାଉନ ଲାଇନକୁ ଚାଲି ଯାଇଥିଲା । ସିଗନାଲରେ ସମସ୍ୟା ରହିଥିବାରୁ ଏହଭଳି ଏକ ଦୁର୍ଘଟଣା ଘଟିଯାଇଥିବା ରେଲୱେ ବୋର୍ଡ ପକ୍ଷରୁ କୁହାଯାଇଛି ।

ଦୁର୍ଭାଗ୍ୟବଶତଃ ଠିକ ସେହି ସମୟରେ ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ ମ୍ୟ ବାହାନଗା ବଜାର ଷ୍ଟେସନ ଦେଇ ଅତିକ୍ରମ କରୁଥିଲା, ଫଳରେ ଏହା କରମଣ୍ଡଳ ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ଏହାପରେ ହାୱଡା ଏକ୍ସପ୍ରେସର ୨ଟି ବଗି ଲାଇନଚ୍ୟୁତ ହୋଇଥିଲା । ତେବେ ରେଲୱେ ତରଫରୁ କୁହାଯାଇଛି ଯେ, ହାୱଡା ଏକ୍ସପ୍ରେସକୁ ପାସ୍ କରାଇବା ପାଇଁ ମାଲବାହୀ ଟ୍ରେନ ଏବଂ କରମଣ୍ଡଳ ଏକ୍ସପ୍ରେସକୁ ଗୋଟିଏ ଲୁପ୍ ଲାଇନରେ ଠିଆ କରାଇଥିଲା । ଉଭୟ ଗାଡି ନିଜ ନିଜ ଟ୍ରାକରେ ଫୁଲ ସ୍ପିଡରେ ଯାଉଥିବା କହିଛି ରେଳ ବିଭାଗ । ଯାହା ଫଳରେ ଉଭୟ ଗାଡିକୁ ଦୁର୍ଘଟଣା ପୂର୍ବରୁ ରୋକିବା ଡ୍ରାଇଭରଙ୍କ ନିକଟରେ ଅସମ୍ଭବ ହୋଇ ପଡିଥିଲା । ଏହି ଦୁର୍ଘଟଣାରେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୨୭୫ ଜଣ ପ୍ରାଣ ହରାଇଥିବା ସରକାରୀ ରିପୋର୍ଟରୁ ଜାଣିବାକୁ ମିଳିଛି ।

Get real time updates directly on you device, subscribe now.