fbpx

ବାହାନଗା ଟ୍ରେନ ଟ୍ରାଜେଡିରେ ବନ୍ଧା ହେବେ ସବୁ ଦୋଷୀ: ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିସ

ଭୁବନେଶ୍ୱର : ଓଡିଶା ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାକୁ ନେଇ ଏକ ବଡ ଅପଡେଟ୍ ଆସିଛି । କାହିଁକି ଓ କିପରି ଭାବରେ ଏତେ ଭୟଙ୍କର ଦୁର୍ଘଟଣା ଘଟିଲା ତାହାର ପ୍ରକୃତ କାରଣ ଜାଣିବା ପାଇଁ ରେଲ ବିଭାଗ ପକ୍ଷରୁ ସିବିଆଇ ତଦନ୍ତ ପାଇଁ ସୁପାରିଶ କରାଯାଇଛି । ଏନେଇ ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ପ୍ରେସମିଟ୍ ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ଓ ଏଥିପାଇଁ ଦାୟୀ କିଏ ତାହର ପୁଙ୍କାନୁଫୁଙ୍ଖ ତଦନ୍ତ ହେବ । ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କାହାରିକୁ ଛଡା ଯିବ ନାହିଁ ବୋଳି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେତାବନୀ ଦେଇଥିଲେ ।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗାରେ ମାଲବାହୀ ଗାଡିକୁ ଧକ୍କା ଦେଇ କରମଣ୍ଡଳ ଏକ୍ସପେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପରେ କରମଣ୍ଡଳର ଦୁଇଟି ବଗି ଅନ୍ୟ ଟ୍ରାକରେ ପଡିଥିଲା । ଯାହା ଫଳାେ ହାୱାଡା-ବଙ୍ଗାଲୁରୁ ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହାହାକାର ମଚି ଯାଇଥିଲେ । ଆର୍ତ୍ତ ଚିକ୍ରାରରେ ସମଗ୍ର ଅଞ୍ଚଳ ଫାଟି ପଡୁଥିଲା । ଏହି ଦୁର୍ଘଟଣାରେ ସରକାରୀ ତଥ୍ୟ ହିସାବରେ ୨୭୫ ଜଣ ମୃତ୍ୟୁ କରିଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ କଟକ, ଭୁବନେଶ୍ୱର, ଭଦ୍ରକ ସମତେ ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି । ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସମେତ ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଆଜି ଅପରାହ୍ନରେ କଟକ ଏସସିବି ମେଡିକାଲକିୁ ପରିଦର୍ଶନ ପାଇଁ ଆସିଥିଲେ ।

Get real time updates directly on you device, subscribe now.