fbpx

ନିଜର ବ୍ୟବସାୟ କରିବାକୁ ଚାହୁଁଥିଲେ ସରକାର ବିନା ଗ୍ୟାରେଣ୍ଟିରେ ଦେଉଛନ୍ତି ୧୦ ଲକ୍ଷ ଟଙ୍କାର ଲୋନ୍ ! ଜାଣନ୍ତୁ ଆବେଦନର ପ୍ରୋସେସ୍

ନୂଆଦିଲ୍ଲୀ: ଦେଶର ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ମୋଦୀ ସରକାର ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ନିଜ ବ୍ୟବସାୟ ଆରମ୍ଭ କରିବା ପାଇଁ ବିନା ଗ୍ୟାରେଣ୍ଟିରେ ୧୦ ଲକ୍ଷ ଟଙ୍କା ଋଣ ଦେଉଛନ୍ତି ।

ଏକ ନନ୍-କର୍ପୋରେଟ୍ କ୍ଷୁଦ୍ର ଶିଳ୍ପ ଆରମ୍ଭ କରିବାକୁ ସରକାର ଏହି ଋଣ ପ୍ରଦାନ କରିଛନ୍ତି । ଏହି ଯୋଜନା ଅଧୀନରେ, ଆପଣ ସମୁଦାୟ ତିନୋଟି ବର୍ଗରେ ଋଣ ପାଇପାରିବେ । ଶିଶୁ ଋଣ ଅଧୀନରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟି ମାଗଣା ୠଣ ଉପଲବ୍ଧ । ଏଥି ସହିତ କିଶୋର ଋଣ ଅଧୀନରେ ୫୦,୦୦୦ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୠଣ ମିଳିଥାଏ ।

ଅନ୍ୟପଟରେ ତରୁଣ ଯୋଜନା ଅଧୀନରେ ଗ୍ରାହକମାନେ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟି ବିନା ଋଣ ପାଆନ୍ତି । ଏହି ଯୋଜନା କେନ୍ଦ୍ର ସରକାର ୨୦୧୫ ମସିହାରେ ଆରମ୍ଭ କରିଥିଲେ । ଏହି ଯୋଜନା ଅଧୀନରେ ଉପଲବ୍ଧ ଋଣ ଉପରେ ବ୍ୟାଙ୍କଗୁଡିକ ବାର୍ଷିକ ୯ ରୁ ୧୨ ପ୍ରତିଶତ ସୁଧ ହାର ଆଦାୟ କରନ୍ତି ।

ଏହି ଯୋଜନା ଅଧୀନରେ ଋଣ ପାଇବାକୁ ଆପଣ ନିଜର ନିକଟତମ ବ୍ୟାଙ୍କ ଯିତବାକୁ ପଡ଼ିବ । ଅଧିକ ସୂଚନା ପାଇବାକୁ ଚାହୁଁଥିଲେ https://www.mudra.org.in/ ଏହି ଲିଙ୍କକୁ ଯାଆନ୍ତୁ । ଏହି ସ୍କିମ୍ ପାଇଁ ଆବେଦନ କରିବାକୁ ଆପଣଙ୍କୁ ଆଧାର କାର୍ଡ, ପାନ୍ କାର୍ଡ, ଭୋଟର ଆଇଡି କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ସାଇଜ୍ ଫଟୋ ଏବଂ ବ୍ୟବସାୟ ପ୍ରମାଣପତ୍ର ଆବଶ୍ୟକ ହେବ ।

Get real time updates directly on you device, subscribe now.