fbpx

କରମଣ୍ଡଳ ପରେ କାର୍-ବସ୍ ଭିତରେ ଧକ୍କା: ୬ ଜଣଙ୍କ ମୃତ୍ୟୁ

ମହାରାଷ୍ଟ୍ର: ବାହାନଗା ଦୁର୍ଘଟଣାର ଶୋକ ସରିବା ପୂର୍ବରୁ ଆଜି ସକାଳେ ଘଟି ଯାଇଛି ଆଉ ଏକ ବଡ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ବସକୁ ପଛ ପଟୁ ଧକ୍କା ଦେଇଛି କାର୍ । ମହାରାଷ୍ଟ୍ର ଚନ୍ଦ୍ରପୁର କାନପା ଗାଁ ନିକଟରେ ଗୋଟିଏ ବସ୍ ଏବଂ କାର ମଧ୍ୟରେ ଧକ୍କା ହୋଇଛି । ଫଳରେ ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣ ମୃତ୍ୟୁବରଣ କରି ଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଥିଲା । କିନ୍ତୁ ସେଠାରେ ସେହ ୨ ଜଣ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.