fbpx

ଯାତ୍ରୀଙ୍କୁ ନେଇ କୋଲକାତାକୁ ଗଲା ୫୯ଟି ବସ୍: ମାଗଣାରେ ଘରେ ପହଞ୍ଚିବେ ପାସେଞ୍ଜର

ଭୁବନେଶ୍ୱର: କରମଣ୍ଡଳ ଟ୍ରେନ ଦୁର୍ଘଟଣା ପରେ ଫସି ରହିଥିବା ଯାତ୍ରୀଙ୍କୁ ପଶ୍ଚିମବଙ୍ଗ ପଠାଇବା ପାଇଁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ଯାତ୍ରୀମାନଙ୍କୁ କୋଲକାତା ପଠାଇବା ପାଇଁ ଓଡିଶା ସରକାରଙ୍କ ତରଫରୁ ମାଗଣା ମସ୍ ସେବା ଆରମ୍ଭ ହୋଇଛି । ଯାତ୍ରୀମାନଙ୍କୁ ନେଇ ମୋଟ ୫୯ଟି ବସ କୋଲକାତା ଅଭିମୁଖେ ଯାତ୍ରା କରିଛି । ଗତକାଲି ପୁରୀରୁ ୨୦ଟି ବସ ବାହାରିତିବା ବେଳେ ଭୁବନେଶ୍ୱରରୁ ୨୩ ଏବଂ କଟକରୁ ୧୬ଟି ବସ୍ କୋଲକାତାକୁ ଯାଇଛି । ତେବେ ସମସ୍ତ ବସରେ ଯାତ୍ରୀମାନେ ମାଗଣାରେ କୋଲକାତା ଯାଇପାରିବେ । ଏଥିପାଇଁ ରାଜ୍ୟ ସରକାର ଓଡିଶା ରାଜ୍ୟ ସଡକ ଓ ପରିବହନ ବିଭାଗକୁ ଅନୁମତି ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.