ଇଲେକ୍ଟ୍ରୋନିକ ଜିନିଷରେ ବର୍ତ୍ତମାନ ପ୍ରାୟ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି ସାମସଙ୍ଗ କମ୍ପାନୀ | ନିତିଦିନିଆ ଜୀବନ ଶୈଳୀରେ ଏବେ ସାମସଙ୍ଗର ଚାହିଦା ବଢ଼ିବାରେ ଲାଗିଛି | ସାମସଙ୍ଗ ଚଳିତ ବର୍ଷରେ ନୂଆ OLED ଟିଭିର ଲାଇନ୍ ଅପ୍ ଲଞ୍ଚ କରିଛି | ଏହି ନୂତନ ଲାଇନ୍ ଅପରେ କମ୍ପାନୀ S90C ଏବଂ S95C ଟିଭି ଲଞ୍ଚ କରିଛି ସାମସଙ୍ଗ | ଏନେଇ କମ୍ପାନୀ ସୂଚନା ଦେଇଛି ଯେ ନୂଆ ଟିଭିଗୁଡ଼ିକ ଭାରତରେ ନିର୍ମିତ ହୋଇଛି ବୋଲି ଏନେଇ କମ୍ପାନୀ ସୂଚନା ଦେଇଛି | 2020 ମସିହାରେ କମ୍ପାନୀ ଭାରତରେ ସ୍ଥାନୀୟ ଉତ୍ପାଦନ ଆରମ୍ଭ କରିଛି | ସାମସଙ୍ଗ ଭାରତରେ ପ୍ରଥମ ଥର ପାଇଁ OLED ଟିଭି ଲଞ୍ଚ କରିଛି। ଏବେ ପର୍ଯ୍ୟନ୍ତ ଭାରତରେ ସାମସଙ୍ଗ କମ୍ପାନୀର ପ୍ରିମିୟମ୍ ଉତ୍ପାଦ ପରିସରରେ QLED ଟିଭି ପ୍ରଦାନ କରୁଥିଲେ |
ଏଲଜି ଏବଂ ସୋନି ଦୀର୍ଘ ଦିନ ଧରି ଭାରତୀୟ ବଜାରରେ ସେମାନଙ୍କର OLED ଟିଭି ବିକ୍ରି କରି ଆସୁଥିଲେ | କିନ୍ତୁ ବର୍ତ୍ତମାନ ସାମସଙ୍ଗ ଏହି ତାଲିକାରେ ଯୋଗ ଦେଇଛି, OLED ଟିଭିର ଦୁଇଟି ରେଞ୍ଜ ଦେଇଛି – S90C ଏବଂ S95C ଲଞ୍ଚ କରାଯାଇଛି, ଯେଉଁଥିରେ ଉପଭୋକ୍ତାମାନେ 55-ଇଞ୍ଚ, 65-ଇଞ୍ଚ ଏବଂ 77-ଇଞ୍ଚର ସ୍କ୍ରିନ ଆକାର ପାଇପାରିବେ | ସାମସଙ୍ଗ ଏପର୍ଯ୍ୟନ୍ତ ସମସ୍ତ ଟିଭିର ମୂଲ୍ୟ ପ୍ରକାଶ କରିନାହିଁ। କିନ୍ତୁ ନୂତନ OLED ଟିଭିର ମୂଲ୍ୟ 1,69,990 ରୁ ଆରମ୍ଭ ହେଉଛି | ଉଭୟ ଟିଭି ରେଞ୍ଜ ଅନଲାଇନ୍ ବଜାରରେ କେବଳ ସାମସଙ୍ଗର ଅନଲାଇନ୍ ଷ୍ଟୋର୍ରେ ଉପଲବ୍ଧ ହେବ ଏବଂ ଅଫଲାଇନ୍ ବଜାରରେ ସମସ୍ତ ପ୍ରମୁଖ ଷ୍ଟୋରରେ ଏହି ଟିଭିଗୁଡ଼ିକ ଉପଲବ୍ଧ ହେବ |
ନୂଆ ଟିଭି ଆଇକମ୍ଫୋର୍ଟ୍ ମୋଡର ସହିତ ଆସିଛି , ଯାହା ଆଖି ଉପରେ କୁପ୍ରଭାବ ପକାଏ ନାହିଁ | ଏହା ବ୍ୟତୀତ, ଡଲବି ଆଟମୋସ୍ ଏବଂ OTS ପାଇଁ ସମର୍ଥନ ଟିଭିରେ ମଧ୍ୟ ଉପଲବ୍ଧ ରହିଛି |ଏଥିରେ ଟପ୍ ଚ୍ୟାନେଲ୍ ଅଡିଓ ଉପଲବ୍ଧ ଅଛି ଏବଂ ଏଥିରେ 6 ଟି ସ୍ପିକର ଦିଆଯାଇଛି | ଏହା ସହିତ, ଟିଭିରେ Q ସିମ୍ଫୋନୀ ମୋଡ୍ ଉପଲବ୍ଧ ରହିଛି , ଯାହା ଟିଭିର ସ୍ପିକରକୁ ସାଉଣ୍ଡ ବାର୍ ସହିତ ସିଙ୍କ କରେ ଏବଂ ଏହା ଉପଭୋକ୍ତାମାନଙ୍କୁ ସର୍ବୋତ୍ତମ ଅଡିଓର ଅଭିଜ୍ଞତା ଦିଆଯିବ |