ଭୂବନେଶ୍ୱର : ରିଲାନ୍ସ ଜିଓ ଏବଂ ଏୟାରଟେଲ ଦୁଇଟି ଦେଶର ପ୍ରମୁଖ ଟେଲିକମ କମ୍ପାନୀ ଅଟେ । ଏହି ଦୁଇଟି ସିମ ଅଧିକ ଭାରତୀୟଙ୍କ ମଧ୍ୟରେ ବ୍ୟବହାର ହୋଇଥାଏ । ଏହି କମ୍ପାନୀ ଦୁଇ ଜଣ ଦେଶର ହଜାର ହଜାର ସହରରେ 5G ସେବା ପହଞ୍ଚାଇ ସାରିଲେଣି । କିନ୍ତୁ ପ୍ରଶ୍ନ ଏହା ଯେ, ଯେଉଁମାନେ ଆଗରୁ 4G ସିମ ବ୍ୟବହାର କରୁଛନ୍ତି ସେମାନଙ୍କୁ 5Gର ଇଣ୍ଟରନେଟ ସେବା ପାଇଁ କଣ ନୂତନ ସିମ କିଣିବାକୁ ପଡ଼ିବ?
ସୂଚନା ଅନୁଯାୟୀ 4G ପରେ 5G ନେଟୱାର୍କ ବ୍ୟବହାର ପାଇଁ 5G ସିମ କିଣିବା ଆବଶ୍ୟକ ନାହିଁ । ଜିଓ ଏବଂ ଏୟାରଟେଲ କମ୍ପାନୀ କହିଛନ୍ତି ଯେ 4G ସିମରେ 5Gନେଟୱାର୍କର ସୁବିଧା ପାଇ ପାରିବେ । ଯାହା ପାଖରେ 4Gର ସିମ ଅଛି ସେ 5Gକୁ ମଧ୍ୟ ସପୋର୍ଟ କରି ପାରିବ । ଏଥିରୁ ସ୍ପଷ୍ଟ ଯେ 4G ସିମରେ 5Gର ସର୍ଭିସ ମିଳି ପାରିବ । ଆପଣଙ୍କ ସହରରେ ଯେତେବେଳେ 5Gର ସର୍ଭିସ ମିଳିବ ସେତେବେଳେ 4G ନେଟୱାର୍କରେ 5Gର ସର୍ଭିସ ମିଳିବାକୁ ଲାଗିବ । କିନ୍ତୁ ଫୋନରେ କିଛି ସେଟିଙ୍ଗ କରିବାକୁ ପଡ଼ିବ ।
୧. ସର୍ବ ପ୍ରଥମେ ନିଜ ସ୍ମାର୍ଟ ଫୋନର ସେଟିଙ୍ଗ ଅପ୍ସନକୁ ଯିବାକୁ ପଡ଼ିବ ।
୨. ଏବେ ମୋବାଇଲ ନେଟୱାର୍କର ସେଟିଙ୍ଗକୁ ସିଲେକ୍ଟ କରିବାକୁ ପଡ଼ିବ ।
୩. ଏହା ପରେ ସିମ ଅପ୍ସନକୁ ଯାଇ ସିମକୁ ଟଚ୍ କରିବା ଯାହା ଉପରେ ଆପଣ 5Gର ସର୍ଭିସ ଚାହୁଁଛନ୍ତି ।
୪. ଏବେ ଆପଣଙ୍କୁ ଏକ ପ୍ରେଫର୍ଡ଼ ନେଟୱାର୍କ ଟାଇପର ଅପ୍ସନ ମିଳିବ , ଏହାକୁ ସିଲେକ୍ଟ କରିବେ ।
୫. ଏହାପରେ ଆପଣଙ୍କୁ ସେହି ଅପ୍ସନରେ ସିଲେକ୍ଟ କରିବାକୁ ପଡ଼ିବ ଯେଉଁଥିରେ 5G ଲେଖା ହେଇଥିବ ।
୬. ଯଦି ଆପଣଙ୍କ 5G ସେବା ଆକ୍ଟିବ ଅଛି ତେବେ ଆପଣଙ୍କ ସ୍କ୍ରିନରେ ନେଟୱାର୍କ ପାଖରେ ତାହା ଦେଖାଯିବା ।