fbpx

୨୦୦ ଫୁଟର ବୋରୱେଲରେ ଗଳିପଡିଲା ଅଢେଇ ବର୍ଷର ଛୁଆ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଭୋପାଲ: ମଧ୍ୟପ୍ରଦେଶର ସେହୋର ଜିଲ୍ଲାର ବାଡି ମୁଙ୍ଗାଭାଲି ଗ୍ରାମରେ ଏକ ଝିଅ ଗଭୀର ବୋରୱେଲରେ ପଡ଼ିଯାଇଥିବାର ଖବର ମିଳିଥିଲା। ଖୋଲା ବୋରୱେଲରେ ପଡ଼ିଯାଇଥିବା ଝିଅଟି ମାତ୍ର ଅଢେଇ ବର୍ଷ। ଗାଁର ଲୋକମାନେ କହିଥିଲେ ଯେ, ଖେଳୁଥିବା ସମୟରେ ଏହି ଘଟଣା ଘଟିଥିଲା।

ଘଟଣା ଜଣା ପଡିବା ମାତ୍ରେ ବହୁ ସଂଖ୍ୟକ ଲୋକ ଘଟଣାସ୍ଥଳରେ ଏକାଠି ହୋଇଥିଲେ। ଏଥିସହ ଗ୍ରାମବାସୀ ତୁରନ୍ତ ପ୍ରଶାସନକୁ ଏ ବିଷୟରେ ସୂଚନା ଦେଇଥିଲେ, ତତକ୍ଷଣାତ୍ ଜିଲ୍ଲା ମୁଖ୍ୟାଳୟର ପ୍ରଶାସନିକ କର୍ମଚାରୀଙ୍କ ସହ ଏନଡିଆରଏଫର ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଯାଇଥିଲେ। ସେଠାକୁ ଅମ୍ଳଜାନ ସିଲିଣ୍ଡର ମଧ୍ୟ ନିଆଯାଇଛି।

ସୂଚନାନୁସାରେ, ରାନୀଙ୍କ ବାପା ରାହୁଲ ଚାଷ ଜମିରେ କାମ କରୁଥିବା ବେଳେ ନିଜ ଘର ନିକଟରେ ତାଙ୍କ ଅଢେଇ ବର୍ଷର ଝିଅ ଖେଳୁଥିଲା, ଯାହା ତିନି ମାସ ପୂର୍ବେ ପଡୋଶୀ ଗୋପାଳଙ୍କ ପିତା ନାନୁ ଲାଲଙ୍କ ଦ୍ୱାରା ଖୋଳା ଯାଇଥିଲା। ମଙ୍ଗଳବାର ଅପରାହ୍ନ ୨:୪୫ ରେ ଏହି ଘଟଣାଟି ଘଟାଇଥିବାର ଜଣାଯାଉଛି। ବୋରୱେଲରେ ଝିଅଟି ପଡିଯିବା ପରେ ନିକଟ ଅଂଚଳକୁ ଏହି ଖବର ବ୍ୟାପି ଯାଇଛି। କୁହାଯାଉଛି ଯେ, ରାନୀ ପ୍ରାୟ ୨୦୦ ଫୁଟ ତଳେ ଫସି ରହିଛନ୍ତି।

Get real time updates directly on you device, subscribe now.