fbpx
BJD SKY
BJD SKY

ମଧୁମେହ ଏବଂ ଉଚ୍ଚ ରକ୍ତଚାପ ସମେତ ୨୩ ଔଷଧର ରିଟେଲ ଦର ଧାର୍ଯ୍ୟ କଲା ଏପିପିଏ

BJD

ନୂଆଦିଲ୍ଲୀ: ଜାତୀୟ ଔଷଧ ନିୟନ୍ତ୍ରକ ଏନ୍‌ପିପିଏ ୨୩ ଟି ଔଷଧର ରିଟେଲ ଦର ଧାର୍ଯ୍ୟ କରିଛନ୍ତି । ମଧୁମେହ ଏବଂ ଉଚ୍ଚ ରକ୍ତଚାପ ପାଇଁ ଔଷଧ ମଧ୍ୟ ଏଥିରେ ସାମିଲ ଅଛି। ଗତମାସ ୨୬ ତାରିଖରେ ହୋଇଥିବା ଏନ୍‌ପିପିଏର ୧୧୩ ତମ ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ ନ୍ୟାସନାଲ୍ ଫାର୍ମାସ୍ୟଟିକାଲ ପ୍ରାଇସିଂ ଅଥରିଟି ଏହି ଦର ଧାର୍ଯ୍ୟ କରିଛନ୍ତି।

ବିଜ୍ଞପ୍ତି ଅନୁଯାୟୀ, ଏନ୍‌ପିପିଏ ମଧୁମେହ ଔଷଧ ଗ୍ଲିକ୍ଲାଜାଇଡ୍ ଇଆର ଏବଂ ମେଟଫର୍ମିନ୍ ହାଇଡ୍ରୋକ୍ଲୋରିଡର ମୂଲ୍ୟ ଟ୍ୟାବଲେଟ୍ ପିଛା ୧୦.୦୩ ଟଙ୍କା ସ୍ଥିର କରିଛି। ସେହିଭଳି ଟେଲମିସାର୍ଟାନ୍‌, କ୍ଲୋର୍ଥାଲିଡୋନ୍ ଏବଂ ସିଲ୍ନିଡିପାଇନ୍ ର ଗୋଟିଏ ଟାବଲେଟର ଖୁଚୁରା ମୂଲ୍ୟ ୧୩.୧୭ ଟଙ୍କା ସ୍ଥିର କରାଯାଇଛି। ଯନ୍ତ୍ରଣା ଉପଶମକାରୀ ଟ୍ରାଇପିସିନ୍‌, ବ୍ରୋମେଲାଇନ୍‌, ରୁଟୋସାଇଡ୍ ଟ୍ରାଇହାଇଡ୍ରେଟ୍ ଏବଂ ଡିକ୍ଲୋଫେନାକ୍ ସୋଡିୟମର ଏକ ଟାବଲେଟର ଖୁଚୁରା ମୂଲ୍ୟ ୨୦.୫୧ ଟଙ୍କା ଧାର୍ଯ୍ୟ କରାଯାଇଛି ।

ଏନପିପିଏ କହିଛି ଯେ ଡ୍ରଗ୍ସ (ମୂଲ୍ୟ ନିୟନ୍ତ୍ରଣ) ଅର୍ଡର, ୨୦୧୩ ଅନୁଯାୟୀ ୧୫ ଟି ନିର୍ଦ୍ଧାରିତ ଔଷଧର ସିଲିଂ ମୂଲ୍ୟ ଏବଂ ଦୁଇଟି ନିର୍ଦ୍ଧାରିତ ଔଷଧର ସ୍ଥିର ସିଲିଂ ମୂଲ୍ୟକୁ ମଧ୍ୟ ସଂଶୋଧନ କରିଛି। ଏଗୁଡିକ ବ୍ୟତୀତ, ଏକ ନିର୍ଦ୍ଧାରିତ ଔଷଧର ସର୍ବାଧିକ ମୂଲ୍ୟ ସଂଶୋଧିତ ଏବଂ ସ୍ଥିର କରାଯାଇଛି।

Get real time updates directly on you device, subscribe now.