fbpx

ପିଛା ଛାଡୁନି ଟ୍ରେନ୍ ଅଘଟଣ ; ଆଜି ପୁଣି କୋଇଲା ବୋଝେଇ ଟ୍ରେନ୍ ରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ପିଛା ଛାଡୁନି ଟ୍ରେନ୍ ଅଘଟଣ । ପ୍ରତିଦିନ ଟ୍ରେନ୍ ଅଘଟଣକୁ ନେଇ ଖବର ଆସୁଛି । ଗୋଟିଏ ସପ୍ତାହ ମଧ୍ୟରେ ଅନେକ ଟ୍ରେନ୍ ଅଘଟଣ ଘଟି ସାରିଛି । ଆଜି ସକାଳୁ ଆଉ ଏକ ବଡ ଅଘଟଣ ଖବର ଆସିଛି । ବାଲେଶ୍ୱର ଜିଲା ଜଳେଶ୍ୱର ନିକଟବର୍ତ୍ତୀ ରୂପସା ଷ୍ଟେସନରେ ନିକଟରେ ଏକ ଟ୍ରେନ୍ ରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ମାଲଗାଡିରେ ଗୋଟିଏ ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ନିଆଁ ଲିଭିବା ପରେ ଟ୍ରେନ୍ ଟି ବାଲେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ । ଟ୍ରେନ୍ ଟି  ପଶ୍ଚିମବଙ୍ଗରୁ ବାଲେଶ୍ୱର ଆସୁଥିଲା ।

Get real time updates directly on you device, subscribe now.