fbpx

ପୁଣି ବାହାନଗାରେ ଦୁର୍ଘଟଣା, ରାସ୍ତା ମଝିରେ ଜଳିଗଲା କାର୍

ବାଲେଶ୍ୱର: ବାହାନଗାର ରେଳ ଦୁର୍ଘଟଣା ପରେ ପୁଣି ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ରାସ୍ତା ମଝିରେ କାର୍ ଜଳିଗଲା । ଏଥିରେ ଡ୍ରାଇଭର ସୁରକ୍ଷିତ ଥିବା କଥା ଜଣାପଡିଛି ।

ସୂଚନା ଅନୁଯାୟୀ, ବାହାନଗାର ଏନଏଚ୍ ୨୦ରେ ଏକ କାର ଯାତ୍ରା କରୁଥିବା ସମୟରେ ହଠାତ୍ ଜଳିଗଲା । ଏଥିରେ ଗାଡି ଚାଳକ ନିଆଁ ଲାଗିବା ମାତ୍ରେ କାର୍ ବାହାରକୁ ଆସିଥିଲା ଭାରି । ତେବେ ଗାଡିଟି କେଉଁ କାରଣରୁ ଜଳିଗଲା କାରଣ ଅସ୍ପଷ୍ଟ ରହିଛି ।

ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଉଛି । ନିଆଁ ଲାଗିବା ନେଇ ତଦନ୍ତ ଜାରି ରହିଛି । ଉଲ୍ଲେଖନୀୟ, ୨ଜୁନରେ ବାହାନଗାରେ ରେଳ ଦୁର୍ଘଟଣା ଘଟିଥିଲା । ଏଥିରେ ୨୮୮ ଜଣ ମୃତ ଏବଂ ୧୦୦୦ରୁ ଅଧିକ ଆହତ ହୋଇଥିଲେ । ଏପର୍ଯ୍ୟନ୍ତ ମଧ୍ୟ ଅନେକ ମୃତଦେହ ପରିବାର ଲୋକଙ୍କ ନିକଟରେ ପହଁଚି ପାରୁନି ।

Get real time updates directly on you device, subscribe now.