ଯଦି ଆପଣମାନେ ଚାକିରି ଖୋଜୁଛନ୍ତି ତେବେ ଏନେଇ ଆସିଛି ଏକ ଖୁସି ଖବର । ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ଜୁନ ମାସ ୩ ତାରିଖରୁ ୨୩ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ମୋଟ ୭୯୭ଟି ପଦ ଖାଲି ରହିଥିବା ବେଳେ ଜେନେରାଲ ପ୍ରାର୍ଥୀଙ୍କ ପାଇଁ ୩୨୫ଟି, ଇଡବ୍ଲ୍ୟୁଏସଙ୍କ ପାଇଁ ୭୯ଟି, ଓବିସିଙ୍କ ପାଇଁ ୨୧୫ଟି, ଏସସିଙ୍କ ପାଇଁ ୧୧୯ଟି ଓ ଏସଟିଙ୍କ ୫୯ଟି ପଦ ସଂରକ୍ଷିତ ରହିଛି ।
ପ୍ରାର୍ଥୀ ପ୍ରାସଙ୍ଗିକ ଇଞ୍ଜିନିୟରିଂ ବିଷୟରେ ଯେ କୌଣସି ସ୍ୱୀକୃତିପ୍ରାପ୍ତ ୟୁନିଭରସିଟି କିମ୍ବା ଶିକ୍ଷାନୁଷ୍ଠାନରୁ ଡିଗ୍ରୀ / ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ ୧୮ରୁ ୨୭ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ଓବିସିଙ୍କ କ୍ଷେତ୍ରରେ ୩ ବର୍ଷ ଓ ଏସସି / ଏସଟିଙ୍କ କ୍ଷେତ୍ରରେ ୫ ବର୍ଷର ବୟସ କୋହଳ କରାଯିବ । ଯୋଗ୍ୟ ପ୍ରାର୍ଥୀଙ୍କୁ ଜୁନିୟର ଇଣ୍ଟେଲିଜେନ୍ସ ଅଫିସର ଭାବେ ନିଯୁକ୍ତି ଦିଆଯିବ ।
ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀଙ୍କୁ ୧୦୦ ମାର୍କର ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । ପରୀକ୍ଷାରେ ସମସ୍ତ ପ୍ରଶ୍ନ ଅବଜେକ୍ଟିଭ୍ ଟାଇପର ଆସିବ । ଏଥିପାଇଁ ପ୍ରାର୍ଥୀଙ୍କୁ ୨ ଘଣ୍ଟାର ସମୟ ମିଳିବ । ପରୀକ୍ଷାରେ ନେଗେଟିଭ୍ ମାର୍କିଂ ବ୍ୟବସ୍ଥା ରହିବ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାର୍ଥୀଙ୍କୁ ୩୦ ମାର୍କର ଦକ୍ଷତା ପରୀକ୍ଷା ଦେବାକୁ ପଡ଼ିବ । ଅନ୍ତିମ ପର୍ଯ୍ୟାୟରେ ପ୍ରାର୍ଥୀଙ୍କର ସାକ୍ଷାତକାର / ବ୍ୟକ୍ତିତ୍ୱ ଟେଷ୍ଟ ନିଆଯିବ, ଯାହାକି ୨୦ ମାର୍କ ରହିବ । ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା ପରି ୭ଟି କେନ୍ଦ୍ରରେ ପରୀକ୍ଷା ଆୟୋଜିତ ହେବ ।
ଅନଲାଇନ୍ ଆବେଦନ ଲିଙ୍କ: https://cdn.digialm.com//EForms/configuredHtml/1258/83923//Index.html
ନୋଟିଫିକେସନ ଲିଙ୍କ: https://cdn.digialm.com//per/g01/pub/726/EForms/image/ImageDocUpload/11/1114557631104219771498.pdf
ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.mha.gov.in/en