fbpx

ପାକିସ୍ତାନରେ ପ୍ରବଳ ବର୍ଷା: ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି, ୧୦୦ରୁ ଅଧିକ ଲୋକ ଆହତ

ପେଶାଓ୍ବର : ପ୍ରବଳ ବର୍ଷା, ପ୍ରବଳ ପବନ ଏବଂ ଘଡଘଡି ହେବା କାରଣରୁ  ପାକିସ୍ତାନର ଖାଇବର ପଖ୍ଟନଖୱା ଅଞ୍ଚଳରେ ଅତି କମରେ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ବନ୍ନୁ, ଦିଖାନ, ଲାକ୍କି ମାରଓ୍ବାତ୍‌ ଏବଂ କାରାକ ଜିଲାରେ ବର୍ଷା ପବନରେ କାନ୍ଥ ଭୁଶୁଡ଼ିବା ସହ ଗଛ ଉପୁଡ଼ି ପଡ଼ିବାରୁ ଲୋକେ ଚାପି ହୋଇ ମୃତ୍ୟୁ ଘଟିଛି। ଝଡ଼ ତୋଫାନରେ ୬୯ ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ଆହତମାନଙ୍କୁ ଉଦ୍ଧାର କରି ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସରକାର ରିଲିଫ ଲାଗି ୪ କୋଟି ଟଙ୍କା ମଞ୍ଜୁର କରିଥିବା ଜଣାପଡିଛି।

ଅତିକମରେ ୬୯ ଟି ଘର କ୍ଷତିଗ୍ରସ୍ତ ହୋଇଛି । ଦକ୍ଷିଣ ଜିଲ୍ଲାର କେତେକ ଅଞ୍ଚଳରେ କାନ୍ଥ ଓ ଗଛ ଭୁଶୁଡ଼ିବା କାରଣରୁ ଲୋକମାନେ ମୃତାହତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଅଧିକାରୀମାନେ ଭୟ କରୁଛନ୍ତି। ଖାଇବର ପଖ୍ଟନଖୱାରେ  ପ୍ରଭାବିତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ।

Get real time updates directly on you device, subscribe now.