fbpx

ମେ’ରେ ପୃଥିବୀ ଦେଇ ଗତି କରିବ ଧୂମକେତୁ, ଜାଣନ୍ତୁ କେବେ ଓ କେଉଁଠି ଦେଖିବେ?

ନିକଟରେ ଏକ ଧୂମକେତୁ ବା କମେଟ୍ ପୃଥିବୀ ଆଡକୁ ମାଡି ଆସୁଥିଲା, କିନ୍ତୁ ଏହା ପୂର୍ବରୁ ତାହା ଖଣ୍ଡ ବିଖଣ୍ଡିତ ହୋଇଯାଇଛି । ଏଟଲସ ନାମକ ଏହି ଧୂମକେତୁର ବିଖଣ୍ଡିତ ହେବାର ଫଟୋ ହବଲ ଟେଲିସ୍କୋପ ମଧ୍ୟ ଉଠାଇଛି । କୁହାଯାଉଛି ଯେ ଧୂମକେତୁ ମେ’ ମାସର ମଧ୍ୟଭାଗରେ ଦେଖାଯିବ । ଏହା ପୃଥିବୀଠାରୁ ୭୫ କୋଟି ମାଇଲ୍ ଦୂରରେ ଅତିକ୍ରମ କରିବ । ଏହି ସମୟରେ ଏହା ବହୁତ ଉଜ୍ୱଳ ଦେଖାଯିବ । ତେବେ ଧୂମକେତୁ ଗ୍ୟାସ, ଧୁଳି ଓ ବରଫରେ ନିର୍ମିତ ହୋଇଥାଏ । ଆଶା କରାଯାଉଛି ଯେ ମେ ୧୩ରେ ଏହା ପୃଥିବୀରୁ ବହୁତ ସ୍ପଷ୍ଟ ଦେଖାଯିବ । କାରଣ ସେହି ସମୟରେ ତାହା ପୃଥିବୀର ଅତି ନିକଟତମ ହେବା ସହ ଏହାକୁ ବିନା କୌଣସି ଯନ୍ତ୍ର ସାହାର୍ଯ୍ୟରେ ଦେଖାଯାଇପାରିବ । ଏହି ଧୂମକେତୁଟି ଦକ୍ଷିଣ ଗୋଲାର୍ଦ୍ଧରେ ଅଧିକ ସ୍ପଷ୍ଟ ଦେଖାଯିବ । ଚଳିତ ମାସ ଶେଷରେ ଉତ୍ତର ଗୋଲାର୍ଦ୍ଧରେ ଏହି ଧୂମକେତୁଟି ଦେଖାଯିବ ।

Get real time updates directly on you device, subscribe now.