fbpx

(Video) ଅଡିରେ ନୁହେଁ, ଟ୍ରାକ୍ଟର ଚଢି ବାହା ହେବାକୁ ଯାଉଛି ବର…ଦେଖନ୍ତୁ ନିଆରା ବାହାଘରର ଦୃଶ୍ୟ

ରାଜସ୍ଥାନ: ଆଜିକାଲି ବାହାଘରରେ ବାଣ-ରୋଷଣୀ ନେଇ ଖୁବ ଜାକ ଜମକରେ ବରଯାତ୍ରୀ ବାହାରିଥାନ୍ତି । କନ୍ୟା ଘରେ ପହଞ୍ଚିବା ପର୍ଯ୍ୟନ୍ତ ଚାଲିଥାଏ ନାଚ ଗୀତ ସାଙ୍ଗକୁ ମଉଜ ମଜଲିସ । କିନ୍ତୁ ଏବେ ଏକ ନିଆରା ବାହାଘର ଦେଖିବାକୁ ମିଳିଛି । ବାହା ହେବାକୁ ଯାଉଥିବା ଜଣେ ବର କାରରେ ନୁହେଁ, ବରଂ ଟ୍ରାକ୍ଟରରେ କନ୍ୟା ଘରକୁ ଯାଉଥିବା ଦେଖିବାକୁ ମିଳିଛି । ପୁଣି ଗୋଟେ କି ଦୁଇଟି ନୁହେଁ ୫୧ ଟି ଟ୍ରାକ୍ଟର ଧରି ବର ବାହାରିଛି ବାହା ହେବାକୁ ।

ନା ଏଠି ଅଛି ଫୁଲରେ ସାଜସଜା ହୋଇଥିବା କାର ନା ଅଛି ପକ୍ଷୀରାଜ ଘୋଡା । ବିନା ବାଜା ବାଣ ରୋଷଣି, ଡିଜେ ଗୀତରେ ବାହା ହେବାକୁ ଯାଉଛି ବର । ଯେଉଁ ବାହାଘର ସବୁଠାରୁ ନିଆରା ପୁରା ଭିନ୍ନ । ଏହି ପ୍ରସେସନର ସମସ୍ତ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଅନେକ ଲୋକ ଏହି ପ୍ରୟାସକୁ ସ୍ୱାଗତ ଜଣାଇଛନ୍ତି । ବାହା ହେବାକୁ ଯାଉଥିବା ବର ଜଣଙ୍କ ଏପରି ନିଷ୍ପତ୍ତି ନେବା ପଛରେ ରହିଛି ଏକ ବଡ କାରଣ । ସେ ଜଣେ ଚାଷୀ ଘରର ପୁଅ ହୋଇଥିବାରୁ ଏମିତି ଏକ ନିଷ୍ପତ୍ତି ନେଇଛନ୍ତି । ନିଜ ବାହାଘରରେ ବର ନିଜେ ଗାଡି ଚଳାଇ ଯାଇ କନ୍ୟା ଘରେ ପହଞ୍ଚିଛନ୍ତି ।

ତେବେ ଏଭଳି ନିଆରା ନିଷ୍ପତ୍ତି ବିଷୟରେ ସେ କହିଛନ୍ତି ଯେ, ବାହାଘରରେ ଏପରି ଟ୍ରାକ୍ଟର ଶୋଭାଯାତ୍ରା ତାଙ୍କୁ ଏକ ସଫଳ ଚାଷୀର ପରିଚୟ ଦେବ । ସେ ନିଜର ବୃତ୍ତିକୁ ସମ୍ମାନ ଜଣାଇ ବାହାଘରରେ ଏପରି ଶୋଭାଯାତ୍ରା କରିବାକୁ ମନସ୍ଥ କରିଥିଲେ । ତେବେ ତାଙ୍କର ଏହି ବାହାଘର ଶୋଭାଯାତ୍ରାରେ ମୋଟ ୫୧ଟି ଟ୍ରାକ୍ଟର ସାମିଲ ହୋଇଥିଲା । ଏଭଳି ନିଆରା ବିବାହ ରାଜସ୍ଥାନ ବାରମେର ଅଞ୍ଚଳରେ ଦେଖିବାକୁ ମିଳିଛି । ଯେଉଁ ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା ।

Get real time updates directly on you device, subscribe now.