fbpx

ଏବେ ସବୁ ବୋର୍ଡରେ ହେବ ସମାନ ପାଠପଢା: ସରକାର ଆଣିଲେ ବଡ ପରିବର୍ତ୍ତନ

ନୂଆଦିଲ୍ଲୀ: ପିଲାମାନଙ୍କୁ ଶିକ୍ଷାଦାନ କରିବା ପାଇଁ ବିଭିନ୍ନ ଏଜୁକେସନ ବୋର୍ଡ କାର୍ଯ୍ୟ କରୁଛି । ଏଥିରେ କୋଟି କୋଟି ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏହି ଏଜୁକେସନ ବୋର୍ଡରୁ ପାସ କରିବା ପରେ ହିଁ ଛାତ୍ରଛାତ୍ରୀ ରାଷ୍ଟ୍ରୀୟ ସ୍ତରର ବିଭିନ୍ନ ପରୀକ୍ଷାରେ ଭାଗ ନେଇପାରିବେ । ତେବେ ଦେଶରେ ବର୍ତ୍ତମାନ ୬୦ ସ୍କୁଲ ପରୀକ୍ଷା ବୋର୍ଡ ରହିଛି । ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭିନ୍ନ ଭିନ୍ନ ବୋର୍ଡ ରହିଛି ।

ପିଲାମାନଙ୍କୁ ଉଚିତ ଶିକ୍ଷା ପ୍ରଦାନ କରିବା ସମସ୍ତଙ୍କର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିଛି । କିନ୍ତୁ ଅନେକ ବୋର୍ଡରେ ନିଜର ସ୍ୱତନ୍ତ୍ର କରିକୁଲମ, ସ୍କୁଲ ମୂଲ୍ୟାଙ୍କନ ଏବଂ ନିଜର ଏକ ଭିନ୍ନ ପରୀକ୍ଷା ପ୍ରଣାଳୀ ସହ ଚାଲିଥାଏ । ଏବେ ସରକାର ଏହାକୁ ସମାନ ରୂପ ଦେବା ପାଇଁ ପ୍ରୟାସ କରୁଛନ୍ତି । ଏଥିପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏବଂ ନେସନାଲ ଆସେସମେଣ୍ଟ ରେଗୁଲେଟର ‘ପରଖ’ ଦ୍ୱାରା ପ୍ରସ୍ତୁତ କରାଯାଉଛି । ପରଖ ଅର୍ଥ Performance Assessment, Review, and Analysis of Knowledge for Holistic Development ଅର୍ଥାତ୍ ସମଗ୍ର ବିକାଶ ପାଇଁ ପ୍ରଦର୍ଶନ ମୂଲ୍ୟାଙ୍କନ, ସମୀକ୍ଷା ଏବଂ ଜ୍ଞାନର ବିଶ୍ଳେଷଣ । ଏହା ଦ୍ୱାରା ଭାରତରେ ସମସ୍ତ ମାନ୍ୟତାପ୍ରାପ୍ତ ସ୍କୁଲ ବୋର୍ଡ ପରଖର ଗାଇଡଲାଇନ ଅନୁସାରେ ଅବଜର୍ବ କରିବେ । ଏହା ଅନୁସାରେ, ସ୍କୁଲରେ ପାଠପଢା ହେବା ସହିତ ମୂଲ୍ୟାଙ୍କନ ମଧ୍ୟ କରାଯିବ । ପରଖ ଅନୁସାରେ, ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପ ଭିତ୍ତିକ ଶିକ୍ଷା ପ୍ରଦାନ କରିବା ପାଇଁ ମୂଲ୍ୟାଙ୍କନ ଷ୍ଟାଣ୍ଡାର୍ଡ ଏବଂ ଆସେସମେଣ୍ଟ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।

ଶିକ୍ଷା ମନ୍ତ୍ରାଳୟ ଅନୁସାରେ, ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ, ବିଭିନ୍ନ ବୋର୍ଡ ମଧ୍ୟରେ ଚାତ୍ରଛାତ୍ରୀଙ୍କ ପାସ ହାର ଭିନ୍ନ ରହିଥାଏ । ମେଘାଳୟରେ ଦଶମ ଶ୍ରେଣୀର ପାସ୍ ହାର ୫୭ ପ୍ରତିଶତ ଥିବା ବେଳେ ମଧ୍ୟପ୍ରଦେଶରେ ଏହା ୬୧ ପ୍ରତିଶତ ରହିଛି । ତେବେ କେରଳ ଏବଂ ତେଲେଙ୍ଗାନାରେ ୯୯.୮୫ ଏବଂ ବୋର୍ଡ୯୭.୬ ପ୍ରତିଶତ ପାସ ହାର ରହିଛି । ସିବିଏସଇର ପୂର୍ବ ଅଧ୍ୟକ୍ଷ ଅଶୋକ ଗାଙ୍ଗୁଲୀ କହିଛନ୍ତି ଯେ, ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ପାସ୍ ପ୍ରତିଶତରେ ବ୍ୟାପକ ଅନ୍ତର ରହୁଛି । ଏଥିରୁ ଜଣାଯାଉଛି ଯେ, ବିଭିନ୍ନ ବୋର୍ଡର ମୂଲ୍ୟାଙ୍କନ ପାଟର୍ଣ୍ଣରେ ସମାନତା ନାହିଁ । ତେଣୁ ,ହାକୁ ପରିବର୍ତ୍ତନ କରିବା ପାଇଁ ସରକାର ପରଖ ବ୍ୟବସ୍ଥା ଲାଗୁ କରିବା ପାଇଁ ଯାଉଛନ୍ତି ।

Get real time updates directly on you device, subscribe now.