fbpx

ଛୋଟ ଛୁଆଙ୍କ ଶରୀରର ଉନ୍ନତି ପାଇଁ ଖାଇବାକୁ ଦିଅନ୍ତୁ ଓଟସ୍, ଶରୀରକୁ ମିଳିବ ବହୁତ ଲାଭ

ନୁଆଦିଲ୍ଲୀ : ସାଧାରଣତଃ ୬ମାସର ଶିଶୁକୁ ଡାଲିର ପାଣି, କ୍ଷୀର -ବିସ୍କୁଟ, ଖେଚୁଡ଼ି ଭଳି ଜିନିଷ ଖାଇବାକୁ ଦେଇଥାନ୍ତି । ଏହି ସବୁ ଖାଦ୍ୟ ସହିତ ଆପଣ ନିଜ ଛୁଆକୁ ଓଟସ୍ ମଧ୍ୟ ଖୁଆଇ ପାରିବେ । ଓଟସ୍ ଏକ ପ୍ରକାର ଶସ୍ୟ ଅଟେ । ଏଥିରେ ପ୍ରଚୁର ପରିମାଣରେ ପୁଷ୍ଟିକର ଜିନିଷ ରହିଥାଏ । ଓଟସରେ ଫାଇବର ଉନ୍ନତ ମାତ୍ରାରେ ରହିଥାଏ, ଯାହା ଶିଶୁଙ୍କ ଶରୀର ପାଇଁ ଲାଭଦାୟକ ଅଟେ । ଆସନ୍ତୁ ଜାଣିବା ଶିଶୁଙ୍କ ପାଇଁ ଏହା କିପରି ଲାଭଦାୟକ ।

ଶିଶୁଙ୍କ ପାଇଁ ଓଟସର କିପରି ଲାଭଦାୟକ :

ହାଡ଼ ମଜବୁତ ହୁଏ : ଓଟସରେ କ୍ୟାଲସିୟମ, ଆୟରନ, ଜିଙ୍କ୍, ଫସଫରସ, ପୋଟାସିୟମ, ସୋଡିୟମ ଏବଂ ମ୍ୟାଗ୍ନେସିୟମ ଭଳି ଖଣିଜ ପଦାର୍ଥ ରହିଥାଏ । ଏହା ଆପଣଙ୍କ ଛୁଆର ଉତ୍ତମ ଶରୀର ପାଇଁ ଆବଶ୍ୟକ । କ୍ୟାଲସିୟମ ଏବଂ ଫସଫରସ ହାଡ଼କୁ ମଜବୁତ କରିଥାଏ ।

ଫ୍ରି ରେଡିକଲ୍ସ କମ ହୋଇଥାଏ : ଓଟସରେ ଅଧିକ ମାତ୍ରାରେ ଏଣ୍ଟିଅକ୍ସିଡେଟ ରହିଥାଏ, ଯାହା ଶିଶୁଙ୍କ ଶରୀରର ଫ୍ରୀ ରେଡିକଲ୍ସକୁ କମାଇଥାଏ । ଏମିତିରେ ଛୁଆର ଡାଇଟରେ ଏହାକୁ ମିଶାଇବା ଜରୁରୀ ।

ହଜମରେ ସାହାଯ୍ୟ କରେ : ଓଟସରେ ଭଲ ପରିମାଣରେ ଫାଇବର ରହିଥାଏ । ଏହା ଶିଶୁଙ୍କର ଝାଡା ପ୍ରକ୍ରିୟା ଠିକ ଭାବରେ କରାଇଥାଏ । ଏହା ଛୁଆର ହଜମ ପ୍ରକ୍ରିୟା ଉନ୍ନତ ମାନର କରିଥାଏ ।

ଶକ୍ତି ମିଳିଥାଏ : ଏଥିରେ କ୍ୟାଲୋରି ରହିଥାଏ, ଯାହାଫଳରେ ଆପଣଙ୍କ ଶିଶୁକୁ ଶକ୍ତି ମିଳିଥାଏ । ଏହା ଶିଶୁର ବିକାଶରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.