fbpx

ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ମ୍ୟାଚ ହେବା ଉଚିତ୍ କି ନା: ଏହାର ସମାଧାନର ବାଟ କ’ଣ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ସାରା ବିଶ୍ୱ ଜାଣିଛି । ଭାରତର ସୀମାରେ ଚୀନ ସହିତ ମିଶି ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଆଦି ବିଭିନ୍ନ କାର୍ଯ୍ୟକଳାପରେ ଲିପ୍ତ ରହିଛି । ଏହାର ଏକାଧିକ ମାମଲା ଭାରତର ହସ୍ତଗତ ହୋଇଛି । କଶ୍ମୀର ପ୍ରସଙ୍ଗ ଭାରତ-ପାକ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ଏହି ପ୍ରସଙ୍ଗ ବହୁବାର ମିଳିତ ଜାତିସଂଘରେ ଉଠି ସାରିଛି ।

ଅନେକ ସମୟରେ ପାକିସ୍ତାନ ଗୋଟିଏ ପଟେ ଶାନ୍ତିର ବାର୍ତ୍ତା ପ୍ରଦାନ କରୁଥିବା ଅନ୍ୟପଟେ ସୀମାରେ ଆତଙ୍କବାଦୀ ଆକ୍ରମଣ କାର୍ଯ୍ୟ ଜାରି ରଖିଥାଏ । ସେଥିପାଇଁ ଅକାରଣରେ ଅନେକ ଭାରତୀୟ ଯବାନ ଦେଶକୁ ରକ୍ଷା କରିବାକୁ ଯାଇ ପ୍ରାଣବଳୀ ଦେଇଥାନ୍ତି । ଏହି କାରଣ ପାଇଁ ପାକିସ୍ତାନ କ୍ରିକେଟ ଟିମକୁ ବ୍ୟାନ କରିବା ପାଇଁ ଅନେକ କ୍ରୀଡ଼ାପ୍ରେମୀ, ଦେଶପ୍ରେମୀ ଦାବି କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଓ ଏସିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅବସରରେ ଏହି ଦୁଇ ଦେଶ କ୍ୱଚିତ ମୁହାଁମୁହିଁ ହୋଇଥାନ୍ତି । ବର୍ଷ ବର୍ଷ ଧରି ଭାରତ-ପାକ୍ ମଧ୍ୟରେ କୌଣସି ଦ୍ୱିପାକ୍ଷିତ ସିରିଜ୍ ଆୟୋଜିତ ହୋଇନାହିଁ ।

ଆଗକୁ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ପାକିସ୍ତାନ ଭାରତ ଆସିବାର ଅଛି । ସେହିପରି ଚଳିତ ବର୍ଷ ପାକିସ୍ତାନ ଆୟୋଜନ କରୁଥିବା ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାରତ-ପାକ ମ୍ୟାଚ ଅନ୍ୟ ଏକ ସ୍ଥାନରେ ଆୟୋଜିତ ହେବ । ତେବେ ଏଠାରେ ପ୍ରଶ୍ନ ଉଠେ, ସତରେ କ’ଣ ଦୁଇ ଦେଶର ବିବାଦକୁ ନେଇ ଦ୍ୱିପାକ୍ଷିକ ସିରିଜ୍ ବନ୍ଦ ହେବା ଦରକାର । ଖେଳକୁ ଦେଶ ବିବାଦ ସହ ଅନ୍ତର୍ଭୁକ୍ତ କରିବାକୁ ଅନେକ ମତ ଦେଇଥିବା ବେଳେ ପାକିସ୍ତାନ ସହିତ କୌଣସି ମ୍ୟାଚ ନ ଖେଳିବାକୁ ଅନେକ ମତ ଦେଇଥାନ୍ତି । ଦୁଇ ଦେଶର ବିବାଦ ପାଇଁ ଅନେକ କ୍ରୀଡ଼ାବିତ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଆର୍ଥିକ ଦୃଷ୍ଟିରୁ ବିସିସିଆଇ ପରି ପିସିସି ସ୍ୱଚ୍ଛଳ ନୁହେଁ । ତେଣୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ପାକିସ୍ତାନ ଖେଳାଳିଙ୍କୁ ବ୍ୟାନ କରାଯିବା ସେମାନଙ୍କ ପାଇଁ କାଳ ହୋଇଛି ।

Get real time updates directly on you device, subscribe now.