fbpx

ଡାଇବେଟିସ୍‌ ରୋଗୀଙ୍କୁ ମାନସିକ ରୋଗ ହେବାର ଆଶଙ୍କା ଅଧିକ

AAKASH

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଡାଇବେଟିସ୍‌ ଓ ମାନସିକ ରୋଗ ପରସ୍ପର ସହିତ ଜଡ଼ିିତ। ଏକ ପ୍ରକାର ଜିନ୍‌ ଡାଇବେଟିସ୍‌ ଓ ମାନସିକ ରୋଗ ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ। ପୂର୍ବରୁ ଜଣାପଡ଼ିଥିଲା ଡାଇବେଟିସ୍‌ ରୋଗୀଙ୍କୁ ମାନସିକ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ। ତେବେ ଏପରି କାହିଁକି ହୋଇଥାଏ ତାହା ଜଣା ନ ଥିଲା। କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର କେତେକ ଗବେଷକ ଦୀର୍ଘଦିନ ଧରି ଏହା ଉପରେ ଗବେଷଣା ଚଳାଇଥିଲେ।

ତେବେ ଗବେଷଣା ସମୟରେ ଜଣାପଡ଼ିଲା ଯେ, ଡାଇବେଟିସ୍‌ ରୋଗୀ ଇନ୍‌ସୁଲିନ୍‌ ନେବା ସମୟରେ ମସ୍ତିଷ୍କର ଏକ ଜିନ୍‌ ଏହାଦ୍ୱାରା ପ୍ରଭାବିତ ହୋଇଥାଏ। ଫଳରେ ସମ୍ପୃକ୍ତ ବ୍ୟକ୍ତିର ମସ୍ତିଷ୍କ ବିକୃତି ଘଟିଥାଏ । ପରବର୍ତ୍ତୀ ସମୟରେ ସେ ଅନେକ କଥା ମନେ ରଖିପାରନ୍ତି ନାହିଁ। ପ୍ରତିବର୍ଷ ବ୍ରିଟେନ୍‌ର ପ୍ରାୟ ୮ ଲକ୍ଷ ୨୦ ହଜାର ଲୋକ ଡାଇବେଟିସ୍‌ ରୋଗ ଯୋଗୁଁ ମାନସିକ ଭାରସାମ୍ୟ ହରାଇ ବସନ୍ତି ବୋଲି ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ତେବେ ଏହାର ଚିକିତ୍ସା କରାଯାଇପାରିବ। ଡାଇବେଟିସ୍‌ ରୋଗୀକୁ ଏକ ପ୍ରକାର ଔଷଧ ଦିଆଯାଇ ମସ୍ତିଷ୍କକୁ ପ୍ରଭାବିତ କରୁଥିବା ଏହି ଜିନ୍‌ର ଗତିକୁ ଧୀର କରାଯାଇପାରିବ। ଅବଶ୍ୟ ଏହାର ସମ୍ପୂର୍ଣ୍ଣ ଚିକିତ୍ସା ନେଇ ଗବେଷଣା ଜାରି ରହିଛି ବୋଲି ଗବେଷକ ସୂଚିତ କରିଛନ୍ତି।

Get real time updates directly on you device, subscribe now.