fbpx

ସାରା ବିଶ୍ୱରେ ମୋଦୀ ଏତେ ଲୋକପ୍ରିୟ କାହିଁକି? ଜାଣନ୍ତୁ ଏହା ପଛର ୧୦ଟି ବଡ଼ କାରଣ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ବିଶ୍ମର ଜଣେ ଶ୍ରେଷ୍ଠ ରାଜନେତା ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି । ରୁଷିଆ ହେଉ କି ଆମେରିକା, ଜାପାନ ହେଉ କି ଇସ୍ରାଏଲ ସବୁଠି ଶୁଭୁଛି କେବଳ ମୋଦୀଙ୍କ ଜୟଗାନ । ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଅନେକ ସର୍ଭେରେ ମୋଦୀ ବିଶ୍ୱର ବହୁ ଶକ୍ତିଶାଳୀ ରାଷ୍ଟ୍ରର ଟପ୍ ରାଜନେତାଙ୍କୁ ପଛରେ ପକାଇବାରେ ସକ୍ଷମ ହୋଇଛନ୍ତି । ଥରେ ନୁହେଁ କି ଦୁଇଥର ନୁହେଁ ବହୁବାର ଏପରି ଦେଖିବାକୁ ମିଳିଛି । ତେବେ ମୋଦୀ କାହିଁକି ବିଶ୍ୱରେ ଏତେ ଲୋକପ୍ରିୟ ତା’ ପଛରେ ରହିଛି ବହୁ କାରଣ ।

୧- ଭାରତ ଯେପରି ଶାନ୍ତି ସ୍ଥାପନରେ ବିଶ୍ୱାସ କରେ, ପିଏମ୍ ମୋଦୀ ମଧ୍ୟ ଆତଙ୍କବାଦର ମୂଳୋତ୍ପାଟନ କରି ବିଶ୍ୱରେ ଶାନ୍ତି ସ୍ଥାପନର ବାର୍ତ୍ତା ଦେଇଛନ୍ତି । ସେଥିପାଇଁ ୟୁକ୍ରେନ-ରୁଷ ଯୁଦ୍ଧ ସମୟରେ ଭାରତ ଏହି ଯୁଦ୍ଧ ସମସ୍ୟାକୁ ସମାଧାନ କରିବା ଦରକାର ବୋଲି ବୋଲି ସାରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା ।

୨- କରୋନା ମହାମାରୀ ସମୟରେ ସାରା ବିଶ୍ୱ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଭାରତ ବିଭିନ୍ନ ଦେଶକୁ କୋଭିଡ-୧୯ ଟିକା ପଠାଇଥିଲା । ଅନ୍ୟ ଦେଶକୁ କାହିଁକି ଟିକା ପଠାଯାଉଛି ସେନେଇ ମୋଦୀଙ୍କୁ ବିରୋଧାଭାସର ସାମ୍ନା ମଧ୍ୟ କରିବାକୁ ପଡ଼ିଥିଲା ।

୩- ଦଶନ୍ଧି ଦଶନ୍ଧି ପରେ ମୋଦୀ ବହୁ ରାଷ୍ଟ୍ରକୁ ଗସ୍ତ କରି ପୁରୁଣା ସମ୍ପର୍କକୁ ପୁଣି ଥରେ ତାଜା କରିଦେଇଥାନ୍ତି । ଏହି ଅବସରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇବା ସହିତ ଦୁଇ ଦେଶର ମଧ୍ୟରେ ଏକାଧିକ ଚୁକ୍ତି ସ୍ୱାକ୍ଷରିତ ହୋଇଥାଏ ।

୪- ମୋଦୀ ଯେଉଁ ଦେଶକୁ ଗସ୍ତ କରନ୍ତି, ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥାଏ । ମୋଦୀଙ୍କ ପାଇଁ ସାରା ବିଶ୍ୱର କୋଣ ଅନୁକୋଣରେ ଥିବା ଭାରତୀୟମାନେ ଗୋଟିଏ ବନ୍ଧନରେ ବାନ୍ଧି ହୋଇ ପାରିଥାନ୍ତି ।

୫- ମୋଦୀ ଯେଉଁ ରାଷ୍ଟ୍ରକୁ ଗସ୍ତ କରିଥାନ୍ତି ସେଠାରେ ସେ କିଛି ନା କିଛି ନୂଆ କରି ସାରା ବିଶ୍ୱକୁ ଚମକାଇ ଦେଇଥାନ୍ତି । ଭାରତର ପବିତ୍ର ଗ୍ରନ୍ଥ ଶ୍ରୀମତ ଭଗବତ ‘ଗୀତା’ ସହିତ ଭାରତର ଅତୀତର ସ୍ମୃତି ସହିତ ଜଡ଼ିତ କିଛି ଅଭୂଲା ଉପହାର ପ୍ରଦାନ କରି ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିପାରିଥାନ୍ତି ।

୬- ମୋଦୀ ହେଉଛନ୍ତି ଜଣେ ସୁବକ୍ତା । ନିଜର ସୁମଧୁର ବ୍ୟବହାର, ଭବୋଦ୍ଦୀପକ କଥାବାର୍ତ୍ତା ମାଧ୍ୟମରେ ମୋଦୀ ଅନେକ ରାଷ୍ଟ୍ରମୁଖ୍ୟଙ୍କ ମନ ଜିଣିଦେଇଥାନ୍ତି । ଆମେରିକାର ରାଷ୍ଟ୍ରପତି ମୋଦୀଙ୍କୁ ଅପେକ୍ଷା କରି ରହିବା ଏହାର ଏକ ବଡ଼ ଉଦାହରଣ ।

୭- ୨୦୧୪ ମସିହାରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଜିତିବା ପରେ ମୋଦୀ ସଂସଦ ଭବନକୁ ପ୍ରବେଶ କରିବା ପୂର୍ବରୁ ଗଣତନ୍ତ୍ରର ପବିତ୍ର ମନ୍ଦିରକୁ ପ୍ରଣାମ କରିଥିଲେ । ଏଥିସହିତ ‘ଭାରତ ମୋର ମାଆ, ବିଜେପି ମୋର ମାଆ’ ଏହି ବକ୍ତବ୍ୟ ଦେବା ଅବସରରେ ମୋଦୀ ସର୍ବସମ୍ମୁଖରେ ଅନେକ ଥର ଲୁହ ଝରାଇଛନ୍ତି । ଏହା ତାଙ୍କୁ ଜଣେ ବିଶାଳ ହୃଦୟର ଅଧିକାରୀ ଭାବେ ପରିଚିତ କରାଇଛି ।

୮- ଦୁଇ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ହେଁ ମୋଦୀ ତାଙ୍କର ମାଆଙ୍କୁ ଦେଖା କରିବାକୁ ଗୁଜରାଟ ଯିବା ସମୟରେ ସ୍ନେହମୟୀ ମାଆ ପୁଅଙ୍କୁ କୋଟି କୋଟି ମୂଲ୍ୟ ସହ ସମତୁଲ୍ୟ ‘ଏକ ୧୦୦ ଟଙ୍କିଆ ନୋଟ୍’ ଦେଇଥିଲେ । ଏହା ମୋଦୀଙ୍କୁ ବିଶ୍ୱ ଦରବାରରେ ଜଣେ ନିଆରା ରାଜନେତା ଭାବେ ଉପସ୍ଥାପିତ କରିଥିଲା ।

୯- ଗୋଟିଏ ଚା’ ବିକାଳି କ’ଣ ଦେଶର ପ୍ରଧାନମନ୍ତ୍ରୀ ହେବ? ବିରୋଧୀମାନେ ମୋଦୀଙ୍କୁ ଏପରି କଟାକ୍ଷ କରିଥିଲେ ହେଁ ମୋଦୀ କହିଥିଲେ ‘ଚା ବିକିଛି କିନ୍ତୁ ଦେଶ ବିକିବି ନାହିଁ ।’ ବିରୋଧୀଙ୍କ ପ୍ରତ୍ୟେକ ଅସ୍ତ୍ରକୁ ମୋଦୀ ପୁଷ୍ପମାଳାରେ ରୂପାନ୍ତରିତ କରି ନିଜର ଛବିକୁ ଆହୁରି ଉଜ୍ଜ୍ୱଳତର କରିପାରିଛନ୍ତି ।

୧୦- ‘ମନ କୀ ବାତ’ ଜରିଆରେ ମୋଦୀ ଦେଶର ବିଭିନ୍ନ ରାଜ୍ୟର କଳା, ସଂସ୍କୃତିକୁ ପ୍ରଶଂସା କରିବା ସହିତ ଜନତାଙ୍କୁ ନିଜର କରିପାରିଛନ୍ତି । ଟ୍ୱିଟରରେ ମୋଦୀଙ୍କର ୮୯.୫ ମିଲିୟନ ଫଲୋଅର୍ସ ରହିଥିବା ବେଳେ ଜଣେ ଲୋକପ୍ରିୟ ନେତା ଭାବେ ସୁଖ୍ୟାତି ଅର୍ଜନ କରିପାରିଛନ୍ତି । କେଦାରନାଥ ଧାମରେ ଧ୍ୟାନମଗ୍ନ ହେବା, ଯୋଗ ଦିବସରେ ସାଧାରଣ ଜନତାଙ୍କ ସହିତ ଯୋଗ କରିବା, ବିଦେଶ ଗସ୍ତ ଅବସରରେ ବାଦ୍ୟକାରଙ୍କ ସହିତ ବାଜା ବଜାଇବା ଆଦି ମୋଦୀଙ୍କୁ ଜଣେ ସାଧାରଣରୁ ଅସାଧାରଣ ରାଜନେତାର ପରିଚୟ ଦେଇଛି ।

Get real time updates directly on you device, subscribe now.