fbpx

ବିହାରରେ ବିରୋଧୀଙ୍କ ମହାଗଠବନ୍ଧନ: ଶିମଲାରେ ହେବ ଆଗାମୀ ବୈଠକ, କଂଗ୍ରେସ ଏବଂ ଆପ୍ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ: ଶୁକ୍ରବାର ବିହାରର ପାଟନାରେ ବିରୋଧୀ ଦଳମାନଙ୍କର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୩୦ ରୁ ଅଧିକ ବିଜେପି ବିରୋଧୀଦଳ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଆଗାମୀ ଲୋକସଭା ନିର୍ବାଚନ -୨୦୨୪ ରେ ବିଜେପି ବିରୋଧରେ ଏକଜୁଟ ହେବା ପାଇଁ ଏକ ସାଧାରଣ ରଣନୀତି ଉପରେ ଆଲୋଚନା କରାଯାଇଥିଲା । ବିରୋଧୀ ଦଳର ଏହି ମହାଗଠବନ୍ଧନ ବୈଠକ ୪ ଘଣ୍ଟା ଧରି ଚାଲିଥିଲା ।

ଏହି ବୈଠକ ପରେ ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ଉଦ୍ଧବ ଠାକରେ ଏବଂ ମୁଁ ଗତ ୨୫ ବର୍ଷ ଧରି ପରସ୍ପର ବିରୋଧରେ ନିର୍ବାଚନ ଲଢୁଥିଲୁ, କିନ୍ତୁ ସବୁକିଛି ଭୁଲି ଆମେ ଏବେ ଏକାଠି ଲଢୁଛୁ । ସେହିଭଳି ନୀତୀଶ କୁମାର କହିଛନ୍ତି ଯେ ଆମେ ସମସ୍ତେ ଏକାଠି ରହିବୁ, ୧୦୦ ଟି ଆସନରେ ବିଜେପି ଅଟକାଇବା ଆମର ଲକ୍ଷ୍ୟ । ଯଦି ଆମେ ସମସ୍ତେ ଏକାଠି ରହିଥାଉ, ତେବେ ବିଜେପି ନିଶ୍ଚିତ ଭାବେ ଆଗାମୀ ଲୋକସଭା ନିର୍ବାଚନରେ ପରାସ୍ତ ହେବ ।

ଏହି ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ, ଦେଶକୁ ବଞ୍ଚାଇବା ପାଇଁ କଂଗ୍ରେସ ବଳିଦାନ ଦେବାକୁ ପ୍ରସ୍ତୁତ । ବିପକ୍ଷଙ୍କର ଆଗାମୀ ବୈଠକ ଶିମଲାରେ ଅନୁଷ୍ଠିତ ହେବ, ଖୁବ୍‌ଶୀଘ୍ର ଏହାର ତାରିଖ ଘୋଷଣା ହେବ । ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଆବାସରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ, ଏନସିପି ସଭାପତି ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ନ୍ୟାସନାଲ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲା, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ନେତା ମେହବୁବା ମୁଫତି, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏହି ବୈଠକରେ ଯୋଗ ଦେଇଥିଲେ।

Get real time updates directly on you device, subscribe now.