fbpx

ଟଳିଲା ୱାଗନର୍ ସଙ୍କଟ, ସମସ୍ତ ପ୍ରତିବନ୍ଧକକୁ ହଟାଇଲା ଋଷ 

ମସ୍କୋ: ଶକ୍ତିଶାଳୀ ଘରୋଇ ମିଲିଟାରୀ ସଂସ୍ଥା ୱାଗନରର ଯୁଦ୍ଧ ଡାକରା ପରେ ରୁଷରେ ଗୃହଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ରୁଷରେ ମିଲିଟାରୀ ଶାସନ ଚାଲିଥିବାବେଳେ ଏହାକୁ ହଟାଇବା ପାଇଁ ୱାଗନର ଗ୍ରୁପ୍ ଅଭିଯାନ ଆରମ୍ଭ କରିଥିଲା। ତେବେ ବେଲାଋଷ ରାଷ୍ଟ୍ରପତିଙ୍କ ମଧ୍ୟସ୍ତି ପରେ ସ୍ଥିତିରେ ପରିବର୍ତ୍ତନ ଆସିଛି। ବିଦ୍ରୋହୀ ୱାଗନର ଗ୍ରୁପ୍ ଏହି ଅଭିଯାନକୁ ବନ୍ଦ କରିବା ସହିତ ୟୁକ୍ରେନ୍‌ରେ ଯୁଦ୍ଧ ଜାରି ରହିବ ବୋଲି କହି କ୍ୟାମ୍ପକୁ ଫେରିଛନ୍ତି। ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ଋଷ ଲଗାଇଥିବା ଗମନାଗମନ ତଥା ସମସ୍ତ ପ୍ରତିବନ୍ଧକୁ ପ୍ରତ୍ୟାହାର କରିଛି ବୋଲି ସ୍ଥାନୀୟ ମିଡ଼ିଆ ରିପୋର୍ଟ କରିଛି।

ଶନିବାର ୱାଗନର୍ ଗ୍ରୁପ୍ ର ମୁଖ୍ୟ, ଯିଏ ୟୁକ୍ରେନରେ ରୁଷର ଅନେକ ଆକ୍ରମଣର ନେତୃତ୍ୱ ନେଇଥିଲେ, ୟେଭେଗେନି ପ୍ରିଗୋଜିନ୍ ଋଷ ସୈନ୍ୟ ତାଙ୍କ ସୈନ୍ୟ କ୍ୟାମ୍ପ ଉପରେ ଏୟାରଷ୍ଟ୍ରାଇକ ଲଞ୍ଚ କରିଥିବା ଅଭିଯୋଗରେ ମସ୍କୋରେ ସାମରିକ ନେତୃତ୍ୱକୁ ହଟାଇବାକୁ ଶପଥ ନେଇଥିଲେ। ଏକ ଅଡିଓ ବାର୍ତ୍ତାରେ 62 ବର୍ଷିୟ ପ୍ରିଗୋଜିନ୍ କହିଥିଲେ ଯେ, “ଆମ ପଥରେ ଠିଆ ଆସୁଥିବା ସମସ୍ତ ଜିନିଷକୁ ଧ୍ୱଂସ କରିବେ” ଏବଂ ରୁଷୀୟ ମାନଙ୍କୁ ତାଙ୍କର ପ୍ରତିରୋଧ ନକରିବାକୁ ଚେତାବନୀ ଦେଇଥିଲେ ଏବଂ ତାଙ୍କ ସହ ଯୋଗଦେବାକୁ ଆହ୍ୱାନ କରିଥିଲେ। ତେବେ ସେ ଏହାକୁ ସାମରିକ ଆକ୍ରମଣ ନୁହେଁ, ବରଂ ନ୍ୟାୟର ପଦଯାତ୍ରା ବୋଲି କହିଥିଲେ।

ପ୍ରିଗୋଜିନ୍‌ଙ୍କ ଏହି ବୟାନ୍ ପରେ ମସ୍କୋରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିଲା । ଗୁରୁତ୍ୱପୁର୍ଣ୍ଣ ସ୍ଥାନକୁ ଗୁଡ଼ିକର ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା । ରାଷ୍ଟ୍ରପତି ପୁଟିନ୍ ଘଟଣାର ସମିକ୍ଷା କରି ଆତଙ୍କବାଦ-ବିରୋଧୀ ଲଢେଇ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ପୁର୍ବରୁ ଋଷର ଜଣେ ବରିଷ୍ଠ ସେନାଧିକାରୀ ୱାଗନର୍‌କୁ ଏସବୁ ବନ୍ଦ କରିବାକୁ କହିଥିଲେ । ଦେଶ ବାହାରେ ବସିଥିବା ଶତ୍ରୁମାନେ ଦେଶରେ ରାଜନୈତିିକ ଅସ୍ତିରତା ସୃଷ୍ଟି ହେଉ ଏହାକୁ ଚାହିଁ ବସିଥିବା କହିଥିଲେ ।

ଅନ୍ୟପଟେ ୟୁକ୍ରେନ୍ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇ କହିଥିଲା କି ଆମେ ଘଟଣା ଉପରେ ନଜର ରଖିଛୁ । ଏବଂ ଆଶା କରୁଛୁ ଯେ, ଟଙ୍କା ଏବଂ କ୍ଷମତାର ଏହି ଲଢେଇରେ ଦୁହେଁ ଦୁହିଁଙ୍କୁ ଶେଷ କରି ଦିଅନ୍ତୁ ।

Get real time updates directly on you device, subscribe now.