ନୂଆଦିଲ୍ଲୀ: ଆର୍ଏସ୍ଏସ୍ ବିଚାରଧାର ଦ୍ୱାରା ଅନୁପ୍ରାଣିତ ସାପ୍ତାହିକ ପତ୍ରିକା ‘ପଞ୍ଚଜନ୍ୟ’ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଜରୁରୀକାଳୀନ ବାର୍ଷିକୀ ଅବସରରେ ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲରଙ୍କ ସହ ତୁଳନା କରିଛି । ହିଟଲର ଏବଂ ଇନ୍ଦିରା ଗାନ୍ଧୀଙ୍କ ଚିତ୍ର ଏହାର କଭର ପେଜ୍ରେ ମୁହାଁମୁହିଁ ରଖାଯାଇଛି । ଯାହାର ଟାଇଟଲ୍ ହିଟଲର ଗାନ୍ଧୀ ରଖାଯାଇଛି ।
ଏହି ପତ୍ରିକାରେ କୁହାଯାଇଛି ଯେ, ”ହିଟଲର ଜଘନ୍ୟ ଅପରାଧ ଗୁଡ଼ିକୁ ଲୁଚାଇବା ପାଇଁ ୟୁରୋପର ବିଭୀନ୍ନ ସ୍ଥାନରେ ପ୍ରତିବନ୍ଧକ ଲଗାଉଥିଲେ । ଏହା ହିଟଲରଙ୍କ ପାଇଁ ଅସ୍ତିତ୍ୱ ରକ୍ଷା କରିବାର ପ୍ରଶ୍ନ ଥିଲା । ଏହି ସ୍ଥିତି ଭାରତରେ ଇନ୍ଦିରା ଗାନ୍ଧୀ ଲଗାଇଥିବା ଜରୁରୀକାଳୀନ ସମୟରେ କରିଥିଲେ । ଯାହାକୁ ଭୁଲିବା ଲୋକତନ୍ତ୍ର ଅସ୍ତିତ୍ୱ ପାଇଁ ଭୟଙ୍କର ହୋଇପାରେ । ଆସନ୍ତୁ ମନେ ପକାଇବା ୨୫ ଜୁନ୍, ୧୯୭୫ର କାଳ ରାତ୍ରୀରେ ହୋଇଥିବା ଇତିହାସ ବିଷୟରେ… ।”
दो तानाशाह , एक जैसी इबारत।
क्या यूरोप नाजीवाद और फासीवाद का सच भुला सकता है?
भारत में इंदिरा गांधी के लगाए आपातकाल को भुलाना लोकतंत्र के लिए खतरनाक हो सकता है।
आइए याद करें 25 जून 1975 की काली रात से शुरू वह दास्तान।
पढ़िए पाञ्चजन्य का नवीन अंक।#NaziIndira#HitlerGandhi pic.twitter.com/iGmiyV8AAs
— Panchjanya (@epanchjanya) June 24, 2023
ଏହା ଆଗକୁ ପତ୍ରିକାରେ ଲେଖା ହୋଇଛି ଯେ, ଜରୁରୀକାଳୀନ ସମୟରେ ଲୋମହର୍ସଣକାରୀ କାହାଣୀରେ ଲକ୍ଷାଧିକ ଲୋକ ଜେଲ୍ରେ ବନ୍ଦି ହୋଇଥିଲେ, ଏହା ସହିତ ଗଣତନ୍ତ୍ର, ଆଇନ୍ ବ୍ୟବସ୍ଥାର, ସମ୍ବିଧାନ, ଦେଶରେ ସମସ୍ତ ସଂସ୍ଥା ଏବଂ ନୟାୟପାଳିକାର ତଣ୍ଟିଚିପି ନିଜକୁ କ୍ଷମତାରେ ରଖିବା ପାଇଁ ଏହା ତାନାଶାହା ଶାସନ ଥିଲା।
ଏଥିରେ ଆହୁରି ମଧ୍ୟ ଲେଖାଯାଇଛି, “ଏହି କଥାଗୁଡ଼ିକୁ ଅତୀତ ଭଳି ଛାଡ଼ିଦେଲେ ଏହା ଏକ ନାଜି ଦଳକୁ ୟୁରୋପରେ ପୁନର୍ବାର ବୃଦ୍ଧି କରିବାକୁ ଅନୁମତି ଦେବ । ଏହା ଆଦର୍ଶ କିମ୍ବା ରାଜନୀତିର ପ୍ରଶ୍ନ ନୁହେଁ । ଏହା ଭାରତର ଗଣତନ୍ତ୍ରର ସୁରକ୍ଷା ପାଇଁ ଏକ ପ୍ରଶ୍ନ । ଏହା ସହିତ ଶିବନ୍ଦ୍ର ରାଣାଙ୍କ ତାନାଶାହା ଇନ୍ଦିରା’ ସମେତ ଅନ୍ୟ କେତେକ ଲେଖକଙ୍କ ପ୍ରବନ୍ଧରେ ଜରୁରୀକାଳୀନ ପରିସ୍ଥିତିକୁ ଆଲୋକିତ କରାଯାଇଛି ।