fbpx

କେନ୍ଦ୍ରାପଡ଼ାକୁ ପୁଣି ଫେରିଲା କରୋନା, ଜଣେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୬ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ୧୮୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ଜଣକ କେନ୍ଦ୍ରାପଡ଼ାର ବୋଲି ଜଣାପଡ଼ିଛି । କରୋନା ଅକ୍ରାନ୍ତଙ୍କ ବୟସ ୬୦ବର୍ଷ ଓ ସେ କୋଲକାତାରୁ ଫେରିଥିଲେ ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନାରେ ୧୮୫ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଓଡ଼ିଶାରେ ୧୨୨ ଆକ୍ଟିଭ କେସ୍ ରହିଛି ।

 

Get real time updates directly on you device, subscribe now.