fbpx

ବଦ୍ରିନାଥ ଧାମ ଆଖପାଖରେ ପାଳନ କରାଯିବ ନାହିଁ ଇଦ୍, ବୈଠକରେ ହେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବଦ୍ରୀନାଥ ଧାମର ନିକଟବର୍ତ୍ତୀ ଅଞ୍ଚଳରେ ଇଦ୍ ପାଳନ କରାଯିବ ନାହିଁ । ବଦ୍ରିନାଥ ଧାମର ପଣ୍ଡା ପୁରୋହିତଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷ ବଦ୍ରିନାଥ ଧାମରେ ଇଦ୍ ପାଳନ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ବଦ୍ରିନାଥ ଧାମରେ ଇଦ୍ ପାଳନକୁ ନେଇ ଏକ ବୈଠକ ହୋଇଥିଲା ଯେଉଁଥିରେ ହିନ୍ଦୁ ସଂଗଠନ ସହିତ ବଦ୍ରିନାଥ ବ୍ୟବସାୟିକ ସଭା, ପଣ୍ଡା, ପୁରୋହିତ, ତୀର୍ଥ ପୁରୋହିତ, ଧାମରେ ଅଲଗା ଅଲଗା କାର୍ଯ୍ୟରେ ନିଯୁକ୍ତ ଠିକାଦାର, ଶ୍ରମିକ ମଧ୍ୟ ଯୋଗ ଦେଇଥିଲେ । ଏହି ବୈଠକ ବଦ୍ରିନାଥ ଥାନାରେ ଆୟୋଜିତ ହୋଇଥିଲା ।

ବୈଠକରେ ପଣ୍ଡା ପରିଜନ ଦାବୀ କରିଥିଲେ ଯେ, ବଦ୍ରିନାଥ ଧାମରେ ନମାଜ ପାଠ କରାଯିବ ନାହିଁ । କାରଣ ଏଠାରେ ଧାର୍ମିକ ମାନ୍ୟତା ଅନୁସାରେ ଇଦ ନମାଜ ପଢାଯିବାର ପରମ୍ପରା ନାହିଁ । ଏପରି ସ୍ଥିତିରେ ପୋଲିସ ପ୍ରଶାସନ ଅଣହିନ୍ଦୁଙ୍କ ସହ ଆଲୋଚନା କରି ନମାଜ ନ ପଢିବାକୁ କହିଥିଲେ । ଏହା ଉପରେ ଅଣହିନ୍ଦୁମାନେ ବି ନିଜର ସହମତି ପ୍ରକାଶ କରିଥିଲେ ଓ ଆଗାମୀ ଇଦ୍ ବଦ୍ରିନାଥ ଧାମ ବାହାରେ ମନାଇବାକୁ ନିଷ୍ପତ୍ତି ହୋଇଥିଲା । ଏହା ଉପରେ ସବୁ ଲୋକ ନିଜର ସହମତି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.